ETV Bharat / state

ଅମିନଙ୍କ ଉପରେ ଆକ୍ରମଣ ଘଟଣା: ପ୍ରତିବାଦରେ କର୍ମୀଙ୍କ କଲମ ଛାଡ଼ ଆନ୍ଦୋଳନ - ତହସିଲଦାରଙ୍କୁ ଦାବିପତ୍ର

ଅମିନଙ୍କ ଉପରେ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 22, 2019, 12:59 PM IST

ସମ୍ବଲପୁର: ଅମିନଙ୍କୁ ମାଡମରା ଘଟଣାର ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ସମ୍ବଲପୁର ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଜଣେ ଅମିନଙ୍କୁ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦ କରି କଲମ ଛାଡ଼ ଆନ୍ଦୋଳନ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କର୍ମଚାରୀ ।

ଜାତିଆଣ ଆକ୍ଷେପ କରି ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଜଣେ ଅମିନଙ୍କୁ ଆକ୍ରମଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ରେଙ୍ଗାଲି ତହସିଲ ଅନ୍ତର୍ଗତ ଅମିନ କାରମା ଖଡ଼ିଆଙ୍କୁ ବ୍ରାହ୍ମଣୀପଲି ଗାଁର ହେମନ୍ତ ଦାସ ନାମକ ଜଣେ ଯୁବକ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ଘଟଣା ସିସିଟିଭିରେ କଏଦ ହେବା ପରେ ରେଙ୍ଗାଲି ଥାନାରେ ଏତଲା ଦିଆଯାଇଥିଲା । ଘଟଣାର ପ୍ରତିବାଦ କରି କଲମ ଛାଡ଼ ଆନ୍ଦୋଳନ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୁକ୍ତର ଗିରଫଦାରୀ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କର୍ମଚାରୀ ।

ସମ୍ବଲପୁର ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରର ଜଣେ ଅମିନ ଙ୍କୁ ଆକ୍ରମଣ ଅଭିଯୋଗ।ସିସିଟିଭିରେ ଆକ୍ରମଣ ର ଚିତ୍ର କଏଦ ହୋଇଛି। ଏନେଇ ରେଙ୍ଗାଲି ଥାନାରେ ଏତଲା।Body:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଜଣେ ଅମିନ ଙ୍କୁ ଜାତିଆଣ ଆକ୍ଷେପ ଜରିବ ଆକ୍ରମଣ ଅଭିଯୋଗ। ଏନେଇ ସମ୍ବଲପୁର ରେଙ୍ଗାଲି ଥାନାରେ ଏତଲା ହୋଇଛି।ମିଳିଥିବା ସୂଚନା ମୁତାବକ ରେଙ୍ଗାଲି ତହସିଲ ଅନ୍ତର୍ଗତ କତାରବଗା ରେ କାର୍ଯ୍ୟରତ ଥିବା ଅମିନ କାରମା ଖଡ଼ିଆଙ୍କୁ ବ୍ରାହ୍ମଣୀପଲି ଗାଁର ହେମନ୍ତ ଦାସ ନାମକ ଜଣେ ଯୁବକ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଗାଲି ଗୁଲଜ କରିବା ସହ ଜାତିଆଣଆକ୍ଷେପ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସିସିଟିଭି ରେ କଏଦ ହୋଇଛି। ଘଟଣାର ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କର୍ମଚାରୀ ମାନେ କଲମ ଛାଡ଼ ଆନ୍ଦୋଳନ କରିବା ସହ ଅଭିଯୁକ୍ତ କୁ ଗିରଫ କରିବା ଦାବିରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଅଭିଯୁକ୍ତର ଗିରଫଦାରୀ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।।Conclusion:ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କର୍ମଚାରୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.