ETV Bharat / state

ସମ୍ବଲପୁରରେ ଚଳନ୍ତା ବସ ଉପରେ ଖସିଲା ବିରାଟ ବୃକ୍ଷ - ଖସିପଡ଼ିଲା ବିଶାଳକାୟ ଗଛ

ସମ୍ବଲପୁରରେ ଚଳନ୍ତା ଯାତ୍ରୀବାହୀ ବସ ଉପରେ ଅଚାନକ ଖସିପଡ଼ିଲା ଏକ ବିଶାଳକାୟ ଗଛ । ରାସ୍ତାକଡ଼ରେ ଥିବା ଏହି ବିଶାଳକାୟ ଗଛକୁ ଅସୁରକ୍ଷିତ ଭାବରେ କଟା ଯାଉଥିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

ସମ୍ବଲପୁରରେ ଚଳନ୍ତା ବସ ଉପରେ ଖସିଲା ବିରାଟ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ଲୋକେ

author img

By

Published : Nov 30, 2020, 10:36 PM IST

ସମ୍ବଲପୁର: ଚଳନ୍ତା ଯାତ୍ରୀବାହୀ ବସ ଉପରେ ଅଚାନକ ଖସିପଡ଼ିଲା ଏକ ବିଶାଳକାୟ ଗଛ । ରାସ୍ତାକଡ଼ରେ ଥିବା ଏହି ବିଶାଳକାୟ ଗଛକୁ ଅସୁରକ୍ଷିତ ଭାବରେ କଟା ଯାଉଥିବା ନେଇ ସୂଚନା ମିଳିଛି । ସମ୍ବଲପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏକ ଘରୋଇ ବସ ସିନ୍ଦୁର ପଙ୍କ ଛକ ଆଡକୁ ଯାଉଥିବା ବେଳେ ଏହି ଅଘଟଣ ଘଟଥିଲା। ତେବେ ସୌଭଗ୍ୟ ବଶତଃ ବସରେ କୌଣସି ଯାତ୍ରୀ ନଥିଲେ। କେବଳ ବସର 3 ଜଣ କର୍ମଚାରୀ ରହିଥିବା ବେଳେ ସେମାନଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ସମ୍ବଲପୁରରେ ଚଳନ୍ତା ବସ ଉପରେ ଖସିଲା ବିରାଟ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ଲୋକେ

ଏନଏଚଏଆଇ(nhai) ପକ୍ଷରୁ ଏକ ଠିକା ସଂସ୍ଥା ଏହି ଗଛ କାଟୁଥିବା ନେଇ ସୂଚନା ମିଳିଛି। ଗଛ ତଳେ ଉଚ୍ଚ ବିଦ୍ୟୁତ ସମ୍ପନ୍ନ 11 କେଭି ତାର ଯାଇଛି। ଏହାସତ୍ତ୍ବେ ଠିକା ସଂସ୍ଥା ପକ୍ଷରୁ କୌଣସି ନିରପତ୍ତା ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଠିକା ସଂସ୍ଥା କର୍ମଚାରୀ କ୍ୟାମେରା ଆଗରେ କିଛି କହି ନଥିଲେ। ସେପଟେ ଘଟଣାକୁ ନେଇ ୱେସ୍କୋ ଅଧିକାରୀ ସମସ୍ତ ଦୋଷ ଠିକା ସଂସ୍ଥା କର୍ମଚାରୀଙ୍କ ଉପରେ ଲଦୀ ଦେଇଛନ୍ତି।

ସୂଚନା ଅନୁଯାୟୀ ରାସ୍ତା ସମ୍ପ୍ରସାରଣ ପାଇଁ ଏହି ବିଶାଳକାୟ କଟା ଯାଉଥିଲା। ସେହି ବାଟ ଦେଇ ରଜାବୀର ନାମକ ଏକ ଘରୋଇ ବସ ସିନ୍ଦୁର ପଙ୍କ ଆଡ଼କୁ ଯାଉଥିଲା। ଏହି ସମୟରେ ଏହି ଗଛଟି ବସ ଉପରେ ପଡ଼ି ଯାଇଥିଲା। ଗଛ ତଳେ 11 କେଭିର ବିଦ୍ୟୁତ ତାର ଯାଇଥିଲା। ଏହି ତାର ଉପରେ ମଧ୍ୟ ଗଛ ପଡ଼ି ଯାଇଥିଲା। ଗଛଟି ପଡ଼ିବା ସମୟରେ ବିଦ୍ୟୁତ କଟା ଯାଇନଥିବା ଅଭିଯୋଗ ହୋଇଛି। ଏହି ଗଛ ପାଖରେ ଜନବସତି ରହିଛି। ବିଦ୍ୟୁତ ତାର ଯୋଗୁଁ ଅଗ୍ନିକାଣ୍ଡର ମଧ୍ୟ ସମ୍ଭାବନା ରହିଥିବା ବେଳେ ଅଳ୍ପକେ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା କଥା କହିଛନ୍ତି ସ୍ଥାନୀୟ ଲୋକେ।

ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.