ETV Bharat / state

ରୋଗୀଙ୍କୁ ନିଜ କାରରେ ବସାଇ 140 କିମି ଦୂର ଗାଁରେ ଛାଡିଲେ ବୁର୍ଲା ଡାକ୍ତର - 140 କିମି ଦୂର ମହିଳାଙ୍କୁ ତାଙ୍କ ଗାଁରେ ଛାଡିଲେ ଡାକ୍ତର

ଅସହାୟ ମହିଳାଙ୍କୁ ମାନବିକତା ଦେଖାଇଲେ ବୁର୍ଲା ଡାକ୍ତର । ନିଜ କାରରେ 140 କିମି ଦୂର ମହିଳାଙ୍କୁ ତାଙ୍କ ଗାଁରେ ଛାଡିଲେ ।

ଗରିବ ରୋଗୀଙ୍କୁ ନିଜ କାରରେ ବସାଇ 140 କିମି ଦୂର ଗାଁରେ ଛାଡିଲେ ଡାକ୍ତର

author img

By

Published : Apr 22, 2020, 11:59 AM IST

ସମ୍ବଲପୁର: ମାନବିକତା ଦେଖାଇଲେ ବୁର୍ଲା ଡାକ୍ତର । ଲକଡାଉନ ସମୟରେ ଅସହାୟ ମହିଳାଙ୍କୁ ସହଯୋଗ କରି ଚର୍ଚ୍ଚାରେ ବୁର୍ଲା ଆବାସିକ ଡାକ୍ତର ଶଙ୍କର ରାମଚନ୍ଦନୀ । ଡାକ୍ତର ରାମଚନ୍ଦନୀ ଉକ୍ତ ମହିଳାଙ୍କୁ ନିଜ କାରରେ ବସାଇ 140 କିମି ଦୂର ତାଙ୍କ ଗାଁରେ ସୁରକ୍ଷିତ ଭାବେ ଛାଡିଛନ୍ତି ।

ଗରିବ ରୋଗୀଙ୍କୁ ନିଜ କାରରେ ବସାଇ 140 କିମି ଦୂର ଗାଁରେ ଛାଡିଲେ ଡାକ୍ତର

ଗତ 11 ତାରିଖରେ ବରଗଡ ଜିଲ୍ଲାର ମହୁଲପାଲି ଗାଁ କଳାବତୀ ବାରିହା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ବଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସେ ସୁସ୍ଥ ହେବା ପରେ ଘରକୁ ଯିବା ପାଇଁ ବାହାରିଥିଲେ । ହେଲେ ଗାଡି ଭଡ଼ାକରି ଯିବାକୁ ପାଖରେ ଟଙ୍କା ନଥିବାବେଳେ, ଲକଡାଉନ ପାଇଁ ଗାଡି ମୋଟର ସବୁ ବନ୍ଦ । ଫଳରେ ଗାଁକୁ କିପରି ଯିବେ ସେନେଇ ଚିନ୍ତାରେ ପଡିଯାଇଥିଲେ।

ଖବର ପାଇବା ପରେ ଡାକ୍ତର ରାମଚନ୍ଦନୀ ତୁରନ୍ତ ଏହି ଗରିବ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ନିଜ କାରରେ ବସାଇ ବରଗଡ ଜିଲ୍ଲା ସ୍ଥିତ ତାଙ୍କ ଗାଁରେ ଛାଡିଥିଲେ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.