ETV Bharat / state

ସପରିବାର ଆତ୍ମହତ୍ୟା ଧମକ ଦେଲେ ସମ୍ଭାବ୍ୟ ସମଲେଇ ବିସ୍ଥାପିତ ଭିନ୍ନକ୍ଷମ - ସମଲେଇ ଯୋଜନା

ସମଲେଶ୍ବରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି 'ସମଲେଇ ଯୋଜନା'ରେ ଚାଲିଛି ଜବରଦଖଲ । ଯାହାକୁ ବିରୋଧ କରି ସପରିବାର ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି ବିସ୍ଥାପିତ ହେବାକୁ ଥିବା ଜଣେ ଭିନ୍ନକ୍ଷମ । ଅଧିକ ପଢନ୍ତୁ...

ସପରିବାର ସହ ଆତ୍ମହତ୍ୟା ଧମକ ଦେଲେ ସାମ୍ଭାବ୍ୟ ସମଲେଇ ବିସ୍ଥାପିତ ଭିନ୍ନକ୍ଷମ

author img

By

Published : Oct 26, 2021, 6:56 AM IST

ସମ୍ବଲପୁର: ମା' ସମଲେଶ୍ବରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି 'ସମଲେଇ ଯୋଜନା' । ବର୍ତ୍ତମାନ ସମ୍ବଲପୁରର ଏହି 'ସମଲେଇ ଯୋଜନା' ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁଥିବା ବେଳେ ଜବରଦଖଲ ଉଚ୍ଛେଦ ମଧ୍ୟ ଜାରି ରହିଛି । ଯାହାକୁ ତୀବ୍ର ବିରୋଧ କରୁଛନ୍ତି ବିସ୍ଥାପିତ ହେବାକୁ ଥିବା ସ୍ଥାନୀୟ ବାସିନ୍ଦା । ଏପରିସ୍ଥଳେ ସମ୍ବଲପୁରର ଜଣେ ଭିନ୍ନକ୍ଷମ ବ୍ୟକ୍ତି ନିଜର ଘର ଉଚ୍ଛେଦ କରାଗଲେ ସପରିବାର ସହ ଆତ୍ମହତ୍ୟା କରିବେ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ କରିଛନ୍ତି।

ସପରିବାର ସହ ଆତ୍ମହତ୍ୟା ଧମକ ଦେଲେ ସାମ୍ଭାବ୍ୟ ସମଲେଇ ବିସ୍ଥାପିତ ଭିନ୍ନକ୍ଷମ

ଏହି ଭିନ୍ନକ୍ଷମ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବଳିବନ୍ଧା ଅଞ୍ଚଳର ଚିନ୍ମୟ କୁମାର ପୂଜାରୀ । ସେ 80 ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ଚିନ୍ମୟ ଜଣେ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରନ୍ତି । ତାଙ୍କୁ ପାଖାପାଖି 50 ବର୍ଷ ହୋଇଥିବା ବେଳେ ସେ ନିଜେ ଚଲାବୁଲା କରିବାକୁ ଅକ୍ଷମ । 2 ଜଣ ଲୋକଙ୍କ ସାହାରାରେ ଅଫିସ ଯିବା ଆସିବା କରନ୍ତି । ବହୁ କଷ୍ଟରେ ସେ ନିଜ ଘର ତିଆରି କରିଥିବା ବେଳେ 'ସମଲେଇ ଯୋଜନା'ରେ ତାଙ୍କ ଝାଳନାଳରେ ତିଆରି ଘର ଉଚ୍ଛେଦ ହେବାକୁ ଯାଉଛି । ଏହି ଉଚ୍ଛେଦର ଖବର ପାଇବା ଦିନଠୁ ଚିନ୍ମୟ ରାତିରେ ଶୋଇ ପାରୁନାହାନ୍ତି । ନିଜେ ଜଣେ ଅସହାୟ ବ୍ୟକ୍ତି ହୋଇଥିବା ବେଳେ ଘରେ ତାଙ୍କର ପ୍ରାପ୍ତ ବୟସ୍କ ବାପାମାଆ, ସ୍ତ୍ରୀ ଓ 2 ପୁଅ ଅଛନ୍ତି । ଏହି ଘର ଭାଙ୍ଗି ଦିଆଗଲେ ସେ କିପରି ନିଜର ପରିବାର ଚଳାଇବେ ବୋଲି କହିଛନ୍ତି । ତେଣୁ ସେ ଟ୍ବିଟ୍ କରି ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଚିନ୍ତା ବିଷୟରେ ଅବଗତ କରାଇଛନ୍ତି ।

ଚିନ୍ମୟ 'ସମଲେଇ ଯୋଜନା'ର ବିରୋଧ କରିବା ସହ ନିଜ ଘର ଭାଙ୍ଗିବାକୁ ଦେବେ ନାହିଁ ବୋଲି କହିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ କରି ଏହି ଯୋଜନା ପରିସରରେ ତାଙ୍କ ଘର ନ ଭାଙ୍ଗିବାକୁ ନିବେଦନ କରିଛନ୍ତି । ଯଦି ସରକାର ନ ଶୁଣନ୍ତି ତେବେ ସପରିବାର ସହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ଚିନ୍ମୟ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.