ETV Bharat / state

ATM ଭିତରେ ନାଗ ସାପ - ସମ୍ବଲପୁର ଏଟିଏମ ଭିତରେ ସାପ

ଏଟିଏମ ଭିତରେ ସାପ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ପଞ୍ଚମୁଖି ଛକରେ ଥିବା ଏକ ପୋଷ୍ଟାଲ ଏଟିଏମ ଭିତରୁ 5 ଫୁଟ ଲମ୍ବର ଏକ ନାଗ ସାପ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ...

A 5 fit snake rescued from ATM in sambalapur
ଏଟିଏମ ଭିତରେ ନାଗ ସାପ
author img

By

Published : Oct 22, 2020, 9:17 PM IST

ସମ୍ବଲପୁର: ଏଟିଏମ ଭିତରେ ନାଗ ସାପ । କଥାଟା ବିଶ୍ବାସ ନହେଲେ ବି ସତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ପଞ୍ଚମୁଖି ଛକରେ ଥିବା ଏକ ପୋଷ୍ଟାଲ ଏଟିଏମ ଭିତରୁ ଗୁରୁବାର 5 ଫୁଟ ଲମ୍ବର ଏକ ନାଗ ସାପ ସ୍ନେକ୍ ହେଲ୍ପଲାଇନ ଦ୍ବାରା ଉଦ୍ଧାର ହୋଇଛି ।

ଏଟିଏମ ଭିତରେ ନାଗ ସାପ

ସୂଚନା ଅନୁଯାୟୀ, ଏହି ପୋଷ୍ଟ ଅଫିସ ଏଟିଏମକୁ ଜଣେ ବ୍ୟକ୍ତି ଟଙ୍କା ଉଠାଇବାକୁ ଆସିଥିବା ବେଳେ ବ୍ୟକ୍ତି ଜଣକ ଏଟିଏମ ଭିତରେ ନାଗ ସାପକୁ ସେଠାରୁ ଭୟରେ ପଳାଇଥିଲେ । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଲୋକେ ଏଟିଏମକୁ ବନ୍ଦ ରଖି ବନବିଭାଗକୁ ଖବର ଦେଇଥିଲେ ।

ପରେ କୁଚିଣ୍ଡା ବନବିଭାଗର ଏକ ଟିମ ଏଟିଏମରେ ପହଁଚି ବହୁ ଖୋଜାଖୋଜି କରିବା ପରେ ବି ସାପକୁ ପାଇନଥିଲେ । ସାପ ଭୟରେ ଏଟିଏମ୍ ବନ୍ଦ ରହିଥିବା ବେଳେ ଶେଷରେ ସ୍ନେକ୍ ହେଲପଲାଇନ୍ ସଦସ୍ୟ ପହଞ୍ଚି ବହୁ ଘଣ୍ଟାର ପରିଶ୍ରମ ପରେ ଏଟିଏମ୍ ଭିତରୁ ନାଗସାପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ସାପଟିକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.