ETV Bharat / state

ସମ୍ବଲପୁର IIM ନବମ ପ୍ରତିଷ୍ଠା ଦିବସ, ଭର୍ଚ୍ଚୁଆଲ ମୋଡ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର IIM ପ୍ରତିଷ୍ଠା ଦିବସ ପାଳିତ । ଯୋଗ ଦେଲେ ଅନେକ ପ୍ରମୁଖ ସଂସ୍ଥାର ସିଇଓ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ସମ୍ବଲପୁର ଆଇଆଇଏମ ପ୍ରତିଷ୍ଠା ଦିବସ ପାଳିତ
ସମ୍ବଲପୁର ଆଇଆଇଏମ ପ୍ରତିଷ୍ଠା ଦିବସ ପାଳିତ
author img

By ETV Bharat Odisha Team

Published : Sep 24, 2023, 9:20 AM IST

ସମ୍ବଲପୁର ଆଇଆଇଏମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ଆଜି ସମ୍ବଲପୁରର ବସନ୍ତପୁର ସ୍ଥିତ IIM ଠାରେ ଏହାର ନବମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମୋଡ଼ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହାସହ USAର "ESKEYN ventures & Indus Capital"ର ପ୍ରତିଷ୍ଠାତା ସୁଶାନ୍ତ କୁମାର, "i- HUB" ଗୁଜୁରାଟର CEO ହିରଣ୍ମୟ ମହନ୍ତ, "IG Drones "ର ପ୍ରତିଷ୍ଠାତା ବୋଧିସତ୍ତ୍ୱ ସଂଘପ୍ରିୟ , "India Accelerator" ସଂସ୍ଥାର ପାର୍ଟନର ଦୀପକ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।

ଏଥିରେ 2023-25 ଶିକ୍ଷା ବର୍ଷର 280 ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ଅବସରରେ ସମ୍ବଲପୁର IIM ଓ ଇଣ୍ଡିଆ ଏକ୍ସଲେଟର ସଂସ୍ଥା ମଧ୍ୟରେ ଏକ ଏମଓୟୁ ସ୍ଵାକ୍ଷର ହୋଇଥିଲା । ଏହାଦ୍ୱାରା ନୂତନ ସ୍ଟାଟ୍‌ ଅଫ୍‌କୁ ପ୍ରମୋଟ କରିବା ପାଇଁ ଇଣ୍ଡିଆ ଏକ୍ସଲେଟର ସଂସ୍ଥା ପକ୍ଷରୁ ସମ୍ବଲପୁର IIMକୁ 5 କୋଟି ଟଙ୍କା ପ୍ରଦାନ କରାଯିବ । ଏହାସହ "ESKEYN Ventures & Indus capital" ସଂସ୍ଥା ପକ୍ଷରୁ ସମ୍ବଲପୁର IIM 18 କୋଟି ଟଙ୍କା ପାଇବ ।

ଏହାମଧ୍ୟ ପଢନ୍ତୁ..ସଫଳ ଉଦ୍ୟୋଗୀ ବନାନୀ ରାଣୀ, ବିଦେଶ ଯିବ ହାତ ତିଆରି ଶାଳ ଓ ଶିଆଳିପତ୍ର ଥାଳି

ସମ୍ବଲପୁର IIM ନିର୍ଦ୍ଦେଶକ ମହାଦେଓ ପ୍ରସାଦ ଜୟଶ୍ୱାଲ କହିଥିଲେ, ‘‘2019 ମସିହାରେ ସମ୍ବଲପୁର IIMରେ 50% ଛାତ୍ରୀ ଥିବା ବେଳେ ଚଳିତ ବର୍ଷ 60% ଛାତ୍ରୀ ଅଛନ୍ତି । ଯାହା ସର୍ବ ଭାରତୀୟସ୍ତରରେ IIM ମଧ୍ୟରେ ସର୍ବାଧିକ ଅଟେ । ଏହାସହ ସମ୍ବଲପୁର IIMରେ ସର୍ବାଧିକ ଷ୍ଟୁଡେଣ୍ଟ୍‌ ଡାଇଭରସିଟି ରହିଛି । ଏଥିପାଇଁ ଚଳିତ ବର୍ଷର IIMର ଥିମ୍‌ ରହିଛି ‘ଆସେଲେରେଟିଂ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ଇନ୍ ଦି କନଷ୍ଟ୍ରି’ । ଏହା ବ୍ୟତୀତ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ବୁଣାକାର ଓ ଖଣିଜ ସମ୍ପଦ ପାଇଁ ସ୍ୱତନ୍ତ୍ର ପ୍ରୋଜେକ୍ଟ ଆରମ୍ଭ ହେବ । ଏଗୁଡିକ ହେଲା "Bunkarvelly.com", "miniralvelly.com" ଓ "digitalvelly. Com" । ଏହି ପ୍ରଜେକ୍ଟ ଗୁଡ଼ିକରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହଭାଗିତା ନିଶ୍ଚିତ କରାଯିବ । ଏହାସହ ଆଗାମୀ ଦିନରେ ସମ୍ବଲପୁର IIM କ୍ୟାମ୍ପସ୍‌ରେ ଫିଫା ଷ୍ଟାଇଲ୍‌ର ଏକ ଫୁଟବଲ ଗ୍ରାଉଣ୍ଡ ହେବ ।’’

ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଆଗାମୀ ଦିନରେ ସମ୍ବଲପୁର IIM ଏଣ୍ଟରପ୍ରିନ୍ୟୁଚ ପରମ୍ପରାକୁ ପ୍ରୋତ୍ସାହନ କରିବ । ସ୍ଥାନୀୟ ଖଣି ଜଙ୍ଗଲର ସଠିକ ଉପଯୋଗିତା ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହଭାଗିତା ଉପରେ କାର୍ଯ୍ୟ କରିବ ।’’

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.