ETV Bharat / state

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୪କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା

author img

By

Published : Dec 15, 2022, 8:29 AM IST

Updated : Dec 15, 2022, 2:07 PM IST

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣାରେ ଆଉ ୮ ଜଣ ଓକିଲ ଗିରଫ । ୨୪କୁ ବୃଦ୍ଧି ପାଇଲା ଗିରଫଦାରୀ ସଂଖ୍ୟା । ଅଧିକ ପଢନ୍ତୁ

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୩କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା

ସମ୍ବଲପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ସମ୍ବଲପୁର ବିଚାରପତିଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ଆଉ ୮ ଜଣ ଓକିଲ ଗିରଫ ହୋଇଛନ୍ତି(8 more Sambalpur lawyers arrested for vandalism) । ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ରଙ୍କ ସହ ୮ ଜଣଙ୍କୁ ଗିରଫ କରିଛି । ଏହାପରେ ଓକିଲଙ୍କ ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଗିରଫ ହୋଇଥିବା ଓକିଲଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ସମେତ ପ୍ରଦୀପ ବହିଦାର, ଶିବ କୁମାର ଦିୱାନ ଅଛନ୍ତି ।

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୪କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା

କୋର୍ଟରେ ଭଙ୍ଗାରୁଜା ମାମଲାରେ ପୂର୍ବରୁ ୧୬ ଜଣ ଓକିଲଙ୍କୁ ଗିରଫ କରାଯାଇଥିଲା । ଏବେ ଆଉ ୮ ଜଣଙ୍କ ଗିରଫଦାରୀ ପରେ ଏହି ସଂଖ୍ୟା ୨୪ରେ ପହଞ୍ଚିଛି । ତେବେ ଆଗକୁ ଗିରଫ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି l ଏଠାରେ ପ୍ରକାଶଯୋଗ୍ୟ ଯେ, ଗତକାଲି(ବୁଧବାର) ରାଜ୍ୟ ପୋଲିସ ଡିଜି ଓ ସମ୍ବଲପୁର ଆଇଜି ଏହି ମାମଲା ନେଇ ଭିସି ଜରିଆରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ଚେତାବନୀ ସତ୍ତ୍ବେ ଓକିଲମାନେ ଆନ୍ଦୋଳନ କରିବା ଓ କୋର୍ଟରେ ଭଙ୍ଗାରୁଜା ନେଇ କ୍ଷୁବ୍ଧ ଥିବା ସୁପ୍ରିମକୋର୍ଟ କାହିଁକି ଆନ୍ଦୋଳନକାରୀ ଗିରଫ ହୋଇନାହାନ୍ତି ବୋଲି ତାଗିଦ୍ କରିଥଲେ ।

ଏହାମଧ୍ୟ ପଢନ୍ତୁ: High Court Bench Demand: ଆଉ ପ୍ରତିଷ୍ଠା ହୋଇପାରିବନି ହାଇକୋର୍ଟ ବେଞ୍ଚ କହିଲେ ସୁପ୍ରିମକୋର୍ଟ

ଏହାସହିତ ଓଡିଶାର କୌଣସି ସ୍ଥାନରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ । ବିକଶିତ ଜ୍ଞାନକୌଶଳ ଦୃଷ୍ଟିରୁ ଏହି ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ । ଯାହାପରେ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆଶା ମଉଳି ଯାଇଛି । ଏହି ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Dec 15, 2022, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.