ସମ୍ବଲପୁର: ଗୁରୁୁବାର ଜିଲ୍ଲାରେ 77 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 3 କୋଭିଡ ଯୋଦ୍ଧା ଅଛନ୍ତି । ଚିହ୍ନଟଙ୍କ ମଧ୍ୟରେ 22 ସ୍ଥାନୀୟ ସଂକ୍ରମିତ ଥିବାବେଳେ 55 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲି, ବାମରା, କୁଚିଣ୍ଡା, ଜମେନକିରା ଅଞ୍ଚଳର ଅଟନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି । ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1677 ହୋଇଥିବାବେଳେ 1024 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଜିଲ୍ଲାରେ 645 ଜଣ ରୋଗୀଙ୍କ ଚିକିତ୍ସା ଜାରି ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ