ETV Bharat / state

ସମ୍ବଲପୁରରେ 73 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 1, 2020, 8:23 PM IST

ଗୁରୁବାର ସମ୍ବଲପୁର ଜିଲ୍ଲାରେ ପୁଣି 73 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ଆକ୍ରାନ୍ତ ଅଛନ୍ତି । ଅଧିକ ପଢନ୍ତୁ..

73 new corona case in sambalpur
ସମ୍ବଲପୁରରେ 73 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ଗୁରୁବାର ସମ୍ବଲପୁର ଜିଲ୍ଲାରେ ପୁଣି 73 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ଆକ୍ରାନ୍ତ ଅଛନ୍ତି । ଏହାସହ ଆଜି ସମ୍ବଲପୁର ଜିଲ୍ଲାର ମୋଟ କୋରୋନା ସଂକ୍ରମିତ ସଂଖ୍ୟା 6000 ଟପିଛି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ, ମାନେଶ୍ୱର, ରେଙ୍ଗାଲୀ, କୁଚିଣ୍ଡା, ଅଞ୍ଚଳର ଅଟନ୍ତି । ସମସ୍ତ ଆକ୍ରାନ୍ତ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି ।

ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6055 ହୋଇଥିବାବେଳେ 4935 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ 1098 ଆକ୍ଟିଭ କେସ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.