ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, 3 ଦିନିଆ ବନ୍ଦ ପାଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

author img

By

Published : Sep 25, 2019, 7:18 PM IST

ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ 3 ଦିନିଆ ଆନ୍ଦୋଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ପୁଣି ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ । 3 ଦିନିଆ ଆନ୍ଦୋଳନ ପାଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆସନ୍ତା 26, 27 ଓ 30 ତାରିଖରେ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥା ବନ୍ଦ କରାଯିବ ବୋଲି ଓକିଲ ସଂଘ ତରଫରୁ କୁହାଯାଇଛି । ତେବେ ସ୍କୁଲ,କଲେଜ,ଦୋକାନ, ବଜାର ସହ ସବୁ ପ୍ରକାର ଅତ୍ୟାବଶ୍ୟକ ସେବାକୁ ଏହି ବାଦ ଦିଆଯାଇଛି ବୋଲି ସଂଘ କହିଛି ।

ସରକାର ଯଦି ଏନେଇ କୌଣସି ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାରେ ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ।ଆସନ୍ତା କାଲି ଠାରୁ ସମ୍ବଲପୁର ସହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଧିନସ୍ଥ ସମସ୍ତ ଜିଲ୍ଲା ର ଓକିଲ ସଂଘ 3 ଦିନ ବନ୍ଦ ପାଳନ କରିବେ। 26,27 ଓ 30 ତିନି ଦିନ ଏହି ବନ୍ଦ ପାଳନ କରିବାକୁ ସି ଏ ସି ନିଷ୍ପତ୍ତି ନେଇଛି। ଆଉ ଏହା ଫଳରେ ମାସର ଶେଷ 3 କାର୍ଯ୍ୟଦିବସରେ ସରକାରୀ କାର୍ଯ୍ୟ ବାଧା ପ୍ରାପ୍ତ ହେବ।

Body:ଆସନ୍ତା କାଲି ଠାରୁ ପୁଣି ହେବ ଓକିଲଙ୍କ ଆନ୍ଦୋଳନ। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ର ନିଷ୍ପତ୍ତି କ୍ରମେ ଚଳିତ ମାସ ଠାରୁ ପ୍ରତ୍ୟକ ମାସର ଶେଷ ତିନି ଦିନ କାର୍ଯ୍ୟ ଦିବସ ରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ।ଏହା ସହ ଏହି ଶେଷ 3 ଦିନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟଳୟ,କୋର୍ଟ କଚେରୀ,ବ୍ୟାଙ୍କ,ଅର୍ଥ ଲଗାଣ କାରୀ ସଂସ୍ଥା ବନ୍ଦ କରାଯିବ ବୋଲି ଓକିଲ ସଂଘ ତରଫରୁ କୁହାଯାଇଛି।ତେବେ ସ୍କୁଲ,କଲେଜ,ଦୋକାନ, ବଜାର ସହ ସବୁ ପ୍ରକାର ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦ ରୁ ବାଦ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି।

Conclusion:ଆସନ୍ତା କାଲି 26,27 ଓ 30 ତାରିଖ ତିନି ଦିନ ସମ୍ବଲପୁର ଜିଲ୍ଲା ସମେତ ସି ଏ ସି ଅଧୀନସ୍ଥ ସମସ୍ତ ବାର ଆସୋସିଏସନ ର ଜିଲ୍ଲା ସବୁ ବନ୍ଦ ରହିବ। ଆଗକୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନ ନେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ସୂଚନା ଦିଆଯାଇଛି।

ବାଇଟ-1-ପ୍ରଦୀପ ବହିଦାର,ପ୍ରମୂଖ ସଦସ୍ୟ,କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.