ETV Bharat / state

ଜିପ୍‌ ଧକ୍କାରେ 7 ବର୍ଷର ବାଳକ ମୃତ, ପ୍ରତିବାଦରେ ଟାଉନ ଥାନା ଘେରାଉ - ସମ୍ବଲପୁର ଟାଉନ ଥାନାରେ ଉତ୍ତେଜନା ଖବର

ସମ୍ବଲପୁରରେ ସଡକ ଦୁର୍ଘଟଣାରେ ଜଣେ 7 ବର୍ଷର ବାଳକଙ୍କର ମୃତ୍ୟୁ ଘଟିବାରୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଟାଉନ ଥାନା ଘେରାଉ । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣାରେ ବାଳକ ମୃତ୍ୟୁକୁ ନେଇ ସମ୍ବଲପୁର ଟାଉନ ଥାନା ଘେରାଉ

author img

By

Published : Nov 28, 2020, 1:11 PM IST

ସମ୍ବଲପୁର:ଜିଲ୍ଲା ସ୍ଥିତ ଲକ୍ଷ୍ମୀ ଟକିଜ୍ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ 7 ବର୍ଷ ବାଳକଙ୍କ ମୃତ୍ୟୁ ହୋଇଥିବାରୁ ଘଟଣାକୁ ନେଇ ସ୍ଥାନୀୟ ସମ୍ବଲପୁର ଟାଉନ ଥାନା ଘେରାଉ କରାଯାଇଛି । ଡ୍ରାଇଭରଙ୍କୁ ଗିରଫ କରାଯିବା ସହ କ୍ଷତିପୂରଣ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ସଡକ ଦୁର୍ଘଟଣାରେ ବାଳକ ମୃତ୍ୟୁକୁ ନେଇ ସମ୍ବଲପୁର ଟାଉନ ଥାନା ଘେରାଉ

ସୂଚନା ଅନୁଯାୟୀ, ଆଜି(ଶନିବାର) 11ଟା ସମୟରେ ଲକ୍ଷ୍ମୀ ଟକିଜ ଛକ ନିକଟରେ ଏକ ଜିପ୍ ଧକ୍କାରେ ଜଣେ 7 ବର୍ଷର ବାଳକଙ୍କର ପ୍ରାଣହାନୀ ଘଟିଛି । ମୃତ ବାଳକ ଜଣକ ସାହୁ କଲୋନୀର ମଙ୍ଗଳ ସିଂହଙ୍କ ପୁଅ ସାହିଲ ସିଂହ । ତେବେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ସମ୍ବଲପୁର ଟାଉନ ଥାନା ଘେରାଉ କରିଛନ୍ତି । ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରିବା ସହ କ୍ଷତିପୂରଣ ବାବଦକୁ 15 ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି । ଅନ୍ୟପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଟାଉନ ଥାନା ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.