ETV Bharat / state

ସମ୍ବଲପୁରରେ 5T ସଚିବ, ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି - ଦୁଇ ଦିନିଆ ସମ୍ବଲପୁର ଗସ୍ତରେ 5T ସଚିବ

ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି 5T ସଚିବ । ପ୍ରଥମ ଦିନରେ ବିଭିନ୍ନ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ 5T ସଚିବ
ସମ୍ବଲପୁରରେ 5T ସଚିବ
author img

By

Published : Jul 15, 2023, 10:35 PM IST

ସମ୍ବଲପୁରରେ 5T ସଚିବ

ସମ୍ବଲପୁର: ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନରେ କୁଚିଣ୍ଡା ଉପଖଣ୍ଡ, ରେଙ୍ଗାଲିର ଖିଣ୍ଡା, ରେଙ୍ଗାଲି ଓ ସମ୍ବଲପୁର ମହାନଗର ସମେତ ମା' ଘଣ୍ଟେଶ୍ବରୀ ମନ୍ଦିର ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଆଗାମୀ ୩୦ ଦିନରେ ଦାବି ପୂରଣ ହେବା ନେଇ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି 5T ସଚିବ ।

ହେଲିକପ୍ଟର ଯୋଗେ ଆସି ପ୍ରଥମ ଦିନରେ କୁଚିଣ୍ଡା ମୁକୁନ୍ଦି ପଡିଆରେ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଲୋକଙ୍କ ସମସ୍ୟା ଶୁଣିବା ସହ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ । ତେବେ ପାଗ ଖରାପ ଯୋଗୁଁ ବାମରା ବ୍ଲକ ଗସ୍ତ ବାତିଲ ହୋଇଥିବା ବେଳେ କିଛି ସମୟରେ ବିଳମ୍ବରେ ପାଗରେ ପରିବର୍ତ୍ତନ ପରେ ଅପରାହ୍ନ ଗୋଟାଏ ୪୦ ମିନିଟରେ ପହଞ୍ଚିଥିଲେ 5T ସଚିବ । ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ମନ୍ଦିର ଓ ମସଜିଦ୍ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ କମ୍ୟୁନିଟି ସେଣ୍ଟରର ଦାବି ଆଗାମୀ ୭ ଦିନ ଭିତରେ ପୂରଣ ହେବ ବୋଲି ସେ କହିଛନ୍ତି । ସେହିପରି କୁଚିଣ୍ଡା ଅଞ୍ଚଳରେ ଲାଗିରହିଥିବା ପିଇବା ପାଣି ସମସ୍ୟା ୪୮ରୁ ୭୦ ଘଣ୍ଟା ଭିତରେ ସମାଧାନ ହେବ ବୋଲି 5T ସଚିବ କୁଚିଣ୍ଡାବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହାସହ ଜନସାଧାରଣ ଦେଇଥିବା ଦାବିପତ୍ରର ତର୍ଜମା କରି ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗ ଆସନ୍ତା ମାସେ ଭିତରେ ଏହି ରିପୋର୍ଟ 5T ସଚିବଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ।

ତେବେ କୁଚିଣ୍ଡାରେ ପାଖାପାଖି ୨୦-୨୫ ମିନିଟ ରହିବା ପରେ ସେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ରେଙ୍ଗାଲି ଖିଣ୍ଡା ଯାଇ ସେଠାକାର ଉନ୍ନତି ପାଇଁ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ରେଙ୍ଗାଲି ହାଇସ୍କୁଲ ପଡିଆରେ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗ ଦେଇଥିଲେ ସଚିବ । ସେଠାରେ ମଧ୍ୟ ରେଙ୍ଗାଲି ଅଞ୍ଚଳର ବିକାଶ ନେଇ ପ୍ରତିଶୃତି ଦେବା ସହ ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେଇଛନ୍ତି । ତେବେ 5T ସଚିବଙ୍କୁ ପାଖରେ ପାଇ ବୀର ସୁରନ୍ଦ୍ର ସାଏଙ୍କ ପରିବାର ତଥା ରେଙ୍ଗାଲିବାସୀ ବେଶ ଖୁସି ପ୍ରକଟ କରିଛନ୍ତି । ଏହାସହ ସମାସ୍ୟାର ତ୍ବରିତ ସମାଧାନ ପ୍ରତିଶୃତି ପାଇ ସମସ୍ତେ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏହାପରେ ବୁର୍ଲା ମିଶନ ଶକ୍ତି କାଫେ ଯାଇ ସେଠାରେ ଏସ୍‌ଏଚ୍‌ଜି ମାଆ ମାନଙ୍କ ସହ ଆଲୋଚନା କରିଛନ୍ତି ସଚିବ ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା 5T ସଚିବଙ୍କ ଦୁଇ ଦିନିଆ ଅନୁଗୋଳ ଗସ୍ତ; ଲୋକଙ୍କୁ ମିଳିଲା ପ୍ରତିଶ୍ରୁତି, ୭ ଦିନ ମଧ୍ୟରେ ପୂରଣ ହେବ ଦାବି

ଏହାପରେ ସମ୍ବଲପୁର ମନ୍ଦଳିଆ ପଡିଆରେ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦାନ କରିବା ପରେ ଧନକଉଡା ପଡିଆଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ 5T ସଚିବ ଘଣ୍ଟେଶ୍ବରୀ ମନ୍ଦିର ଯାଇ ଦର୍ଶନ କରିବା ସହ ସେଠାରେ ଉନ୍ନତିକରଣ ପାଇଁ ସ୍ଥାନୀୟ ପୂଜକ ତଥା ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି । ତେବେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିରୋଧ ଦୃଷ୍ଟିରୁ ବିଜେପି ଓ କଂଗ୍ରେସର ଅନେକ କର୍ମୀଙ୍କୁ ପ୍ରିଭେଣ୍ଟିବ୍‌ ଆରେଷ୍ଟ୍‌ କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.