ETV Bharat / state

ସମ୍ବଲପୁର ଗସ୍ତରେ ଆସିବେ 5ଟି ସଚିବ, ବିଜେଡିକୁ ଚିନ୍ତା ଦଳୀୟ ଫାଟ ! - ସମ୍ବଲପୁର ଗସ୍ତରେ ଅସୁଛନ୍ତି 5ଟି ସଚିବ

ଆସନ୍ତା 15 ଓ 16ରେ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଅସୁଛନ୍ତି 5ଟି ସଚିବ। 5ଟି ସଚିବଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେଡି ନେତାଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ । ଅଧିକ ପଢ଼ନ୍ତୁ

2 ଦିନିଆ ସମ୍ବଲପୁର ଗସ୍ତରେ ଅସୁଛନ୍ତି 5ଟି ସଚିବ

author img

By

Published : Jul 13, 2023, 7:46 PM IST

ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଅସୁଛନ୍ତି 5ଟି ସଚିବ

ସମ୍ବଲପୁର: ଆସନ୍ତା 15 ଓ 16ରେ 2 ଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ଏଥିପାଇଁ ସରଗରମ ସମ୍ବଲପୁର ବିଜେଡି ରାଜନୀତି ଶିବିର । ବର୍ତ୍ତମାନ ସମୟରେ ରାଜ୍ୟର ପାୱାର କରିଡରରେ ସବୁଠାରୁ ପ୍ରଭାଵଶାଳୀ ବ୍ୟକ୍ତି ଭାବେ ଚର୍ଚ୍ଚା ହେଉଥିବା ଭିକେ ପାଣ୍ଡିଆନ ଗସ୍ତକୁ ନେଇ ସମ୍ବଲପୁର ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଥିବା ବେଳେ ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ଏହାର ମୁଖ୍ୟ କାରଣ ସମ୍ବଲପୁର ଜିଲ୍ଲା ବିଜେଡି ମଧ୍ୟରେ ଥିବା ଫାଟ ।

କିଛି ଦିନ ତଳେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଗସ୍ତରେ ଆସିଥିଲେ । ଏହି ସମୟରେ ସମ୍ବଲପୁର ଜିଲ୍ଲାରେ ନେତାମାନେ ଏକଜୁଟ ହୋଇ ତାଙ୍କୁ ସ୍ୱାଗତ କରିବା ପରିବର୍ତ୍ତେ ନିଜ ନିଜ ପତିଆରା ପ୍ରଦର୍ଶନ ପାଇଁ ସମର୍ଥକଙ୍କୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ସହର ସାରା ବିଜେଡି ନେତାଙ୍କ ମଧ୍ୟରେ ଏକ ପ୍ରକାର ପୋଷ୍ଟର ୱାର ଦେଖିବାକୁ ମିଳିଥିଲା । ଯାହା ଫଳରେ ଜିଲ୍ଲା ବିଜେଡିର ଥିବା ଫାଟ ପଦାରେ ପଡି ଯାଇଥିଲା ଓ ଏହାକୁ ନେଇ ଗଣ ମାଧ୍ୟମରେ ବହୁତ ଚର୍ଚ୍ଚା ହୋଇଥିଲା ।

ଅଧିକ ପଢ଼ନ୍ତୁ: ଢେଙ୍କାନାଳରେ 5T ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ମିଳିଥିବା ସୂଚନା ଅନୁସାରେ 5ଟି ସଚିବ ରେଢ଼ାଖୋଲ, ସମ୍ବଲପୁର ମହାନଗର ଅଞ୍ଚଳ, ରେଙ୍ଗାଲି ବିଧାନସଭା ଅଞ୍ଚଳ ଓ କୁଚିଣ୍ଡା ବିଧାନସଭା ଅଞ୍ଚଳରେ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି । ରେଢ଼ାଖୋଲ ପାଇଁ ବିଧାୟକ ରୋହିତ ପୂଜାରୀ, କୁଚିଣ୍ଡା ପାଇଁ ବିଧାୟକ କିଶୋର ନାଏକ ଓ ବରିଷ୍ଠ ନେତା ଭୁବନେଶ୍ୱର କିସାନଙ୍କୁ ଦାୟିତ୍ବ ମିଳିଛି । ସେହିପରି ରେଙ୍ଗାଲି ପାଇଁ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ତାଙ୍କର ଅନୁଗତ ଦେବେନ୍ଦ୍ର କିଶୋର ପତିଙ୍କୁ ଦିଆଯାଇଥିବା ବେଳେ ସମଗ୍ର ସମ୍ବଲପୁର ଜିଲ୍ଲା ଦାୟିତ୍ୱ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସୁଶାନ୍ତ ସିଂଙ୍କୁ ଦିଆଯାଇଛି । ଏହି ସମୀକରଣ ଭିତରେ ଜିଲ୍ଲା ବାହାରରେ ନେତାଙ୍କୁ ସମ୍ବଲପୁର ଦାୟୀତ୍ୱ ଦେବା ଯୋଗୁଁ କିଛି ସ୍ଥାନୀୟ ନେତା ଓ କାର୍ଯ୍ୟକର୍ତ୍ତା ଅସନ୍ତୋଷ ଥିବାର ରାଜନୀତି ସମୀକ୍ଷକ କହିଛନ୍ତି । ତେବ 5ଟି ସଚିବଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି 5ଟି ସଚିବଙ୍କ ଗସ୍ତକୁ ସଫଳ କରିବାକୁ ଲାଗିପଡ଼ିଥିବା ଜଣାପଡିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.