ETV Bharat / state

ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ, ସମଲେଇ ଯୋଜନାର କଲେ ସମୀକ୍ଷା

ସମ୍ବଲପୁର ଗସ୍ତରେ 5T ସଚିବ ଓ ମୁଖ୍ୟ ଶାସନ ସଚିବ । ସମଲେଇ ଯୋଜନାର ଅଗ୍ରଗତିର ସମୀକ୍ଷା ନେଇ ଆଜି ସକାଳେ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶାସନ ଅଧିକାରୀ ସମ୍ବଲପୁର ଗସ୍ତରେ ଆସିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Mar 21, 2022, 12:00 PM IST

5t secretary and team visit sambalpur
ସମ୍ବଲପୁର ଗସ୍ତରେ 5t ସଚିବ ଓ ମୁଖ୍ୟ ଶାସନ ସଚିବ, ସମଲେଇ ଯୋଜନାର କରୁଛନ୍ତି ସମୀକ୍ଷୀ

ସମ୍ବଲପୁର: ସମ୍ବଲପୁର ଗସ୍ତରେ 5T ସଚିବ ଓ ମୁଖ୍ୟ ଶାସନ ସଚିବ । ସମଲେଇ ଯୋଜନାର ଅଗ୍ରଗତିର ସମୀକ୍ଷା ନେଇ ଆଜି ସକାଳେ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶାସନ ଅଧିକାରୀ ସମ୍ବଲପୁର ଗସ୍ତରେ ଆସିଛନ୍ତି । 5T ସଚିବ ଭିକେ ପାଣ୍ଡିଆନ ସକାଳ ପ୍ରାୟ 8 ଟା 45ରେ ସମଲେଶ୍ବରୀ ମନ୍ଦିରକୁ ଆସି ପ୍ରଥମେ ମା ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ । ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ।

ମନ୍ଦିର ପରିସର ବୁଲି ଦେଖିବା ସହ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ସମ୍ବଲପୁର ଜିଲ୍ଲାପାଳ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା କରିଛନ୍ତି । 5t ଅଧିନରେ ଥିବା ସମଲେଇ ଯୋଜନାର ସ୍ଥିତି ନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହି ଯୋଜନାରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଦେଢ଼ ବର୍ଷ ଲାଗିବ କହିଥିବା ବେଳେ ଗୋଟିଏ ବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଏହି ଟିମ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ମହାନଦୀ କୂଳରେ ଥିବା ରିଭର ଫ୍ରଣ୍ଟ ଭିଉ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନେଇ ପଚାରି ବୁଝିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.