ETV Bharat / state

2 ଦିନିଆ ସମ୍ବଲପୁର ଗସ୍ତରେ ଭିକେ ପାଣ୍ଡିଆନ

author img

By ETV Bharat Odisha Team

Published : Jan 12, 2024, 9:26 PM IST

VK Pandian visits Sambalpur: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ । ଦୁଇ ଦିନିଆ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

2 ଦିନିଆ ସମ୍ବଲପୁର ଗସ୍ତରେ ଭିକେ ପାଣ୍ଡିଆନ
2 ଦିନିଆ ସମ୍ବଲପୁର ଗସ୍ତରେ ଭିକେ ପାଣ୍ଡିଆନ
2 ଦିନିଆ ସମ୍ବଲପୁର ଗସ୍ତରେ ଭିକେ ପାଣ୍ଡିଆନ

ସମ୍ବଲପୁର: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ । ଦୁଇ ଦିନିଆ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଛନ୍ତି ।

ପାଣ୍ଡିଆନ ଆଜି କଳାହାଣ୍ଡିରୁ ସମ୍ବଲପୁର ସହରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ରେମେଡ଼ ସ୍ଥିତ ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରକୁ ବହୁତ ଭଲ ପାଆନ୍ତି । 2014 ରୁ 2019 ମଧ୍ୟରେ ସମ୍ବଲପୁରରେ ରାଜ୍ୟ ସରକାର ସବୁଠୁ ଅଧିକ ଖର୍ଚ୍ଚ କରିଥିଲେ । ଏଥିପାଇଁ ଆଗାମୀ ନିର୍ବାଚନରେ ସମ୍ବଲପୁରବାସୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବା ଉଚିତ । ସେପଟେ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ ।

ତେବେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କାମରେ ବିଶ୍ୱାସ କରନ୍ତି, ଅନ୍ୟ ନେତାଙ୍କ ପରି କେବଳ ନିର୍ବାଚନ ସମୟରେ ଆସନ୍ତି ନାହିଁ । ସମ୍ବଲପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ 325 କୋଟି ଟଙ୍କା ପାଣ୍ଠି ମଞ୍ଜୁର କରିଛନ୍ତି । ଜୁଲାଇ ମାସରେ ସେ 2900 ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ଏଥିରୁ 2600 ଅଭିଯୋଗ ପତ୍ରକୁ ମଞ୍ଜୁରୀ ମିଳିଛି । ଏହାସହ ଆଜି କେତେକ ଲୋକଙ୍କୁ ସେ ନିଜେ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ଆସନ୍ତା 10 ଦିନ ଭିତରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଛନ୍ତି l ସେପଟେ ଏବେ ଗ୍ରାମାଞ୍ଚଳର ସବୁ ଯୋଗ୍ୟ ପରିବାର ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଯୋଡି ହେବାକୁ ପାଣ୍ଡିଆନ ଆହ୍ୱାନ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......କଳାହାଣ୍ଡିରେ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ

ତେବେ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ । ଏହି ବସ ଭଡ଼ା ମହିଳାମାନଙ୍କ ପାଇଁ ମାତ୍ର 5 ଟଙ୍କା ରହିବ ଓ ଏହି ବସ ଦୈନିକ 3 ଥର ପଞ୍ଚାୟତକୁ ଗଡିବ । ଏହା ବ୍ୟତୀତ ସମ୍ବଲପୁର ସହରରେ ଏକ ସ୍ୱତନ୍ତ୍ର କ୍ରୁଜ ବସ ସେବା ଆରମ୍ଭ ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ସେପଟେ ଏହି ସଭା ପରେ 5T ଅଧ୍ୟକ୍ଷ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କୀଲାସମା ଗାଁ ପଡିଆକୁ ଯାଇ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପରେ ସେଠାରୁ ବୁର୍ଲା MCLକୁ ଆସିଥିଲେ । ସେଠାରୁ ସମ୍ବଲପୁର ସର୍କିଟ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସର୍କିଟ ହାଉସରେ ବିଭିନ୍ନ ବର୍ଗର ଲୋକଙ୍କ ସହ ସେ ଆଲୋଚନା କରିଥିଲେ । ଆସନ୍ତାକାଲି ପାଣ୍ଡିଆନ ସମଲେଇ ଯୋଜନାର ସମୀକ୍ଷା କରିବା ସହ ମା' ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରବର୍ତ୍ତୀ ସମୟରେ ମନ୍ଦଳିଆ ପଡିଆରେ "ନୁଆଁ -ଓ" କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ କୁଚିଣ୍ଡା କଲେଜ ପଡିଆ, ରେଢ଼ାଖୋଲ କଦମ ପଡିଆ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.