ସମ୍ବଲପୁର: ଜିଲ୍ଲାର ଜାମିନ ବିହୀନ ଗିରଫ ପରୱାନା ଉପରେ ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଡ୍ରାଇଭ । କୋର୍ଟରେ ହାଜର ହେଉନଥିବା ତଥା କୋର୍ଟରୁ ଜାମିନ ନ ପାଇ ମଧ୍ୟ ଆରାମରେ ବୁଲୁଥିବା ଅପରାଧିଙ୍କ ବିରୁଦ୍ଧରେ ଏହି ଡ୍ରାଇଭ ଜାରି ରଖିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ମୋଟ 58 ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ 23 ଜଣ ଅପରାଧୀ ନିଜ ଆଡୁ ଭିନ୍ନ ଭିନ୍ନ କୋର୍ଟରେ ହାଜର ହୋଇଥିବା ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ରାଜ୍ୟ ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଗତ 7 ତାରିଖରୁ ଏହି ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି । ଆଗକୁ ଡ୍ରାଇଭକୁ ଆହୁରି ଜୋରଦାର କରାଯିବ ବୋଲି ସମ୍ବଲପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ