ETV Bharat / state

ଦିନ ଦ୍ବିପ୍ରହରରେ ଲୁଟ୍, ବନ୍ଧୁକ ମୁନରେ 50 ହଜାର ଲୁଟିନେଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Dec 31, 2023, 7:34 AM IST

Robbery At Gunpoint: ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଦିନ ଦ୍ବିପ୍ରହରରେ ଲୁଟେରା ବନ୍ଧୁକ ମୁନରେ 50 ହଜାର ଟଙ୍କା ଲୁଟ୍ କରିଛନ୍ତି । ଅଧିକ ପଢ଼ନ୍ତୁ

ବନ୍ଧୁକ ମୁନରେ ଲୁଟ
ବନ୍ଧୁକ ମୁନରେ ଲୁଟ
ବନ୍ଧୁକ ମୁନରେ ଲୁଟ

ସମ୍ବଲପୁର: ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟ୍ । ଏଭଳି ଏକ ଲୁଟ୍ ଘଟଣା ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଚାଞ୍ଚଲ୍ୟ ଖେଳାଇଛି । ଯେଉଁଠି ଦିନ ଦ୍ବିପ୍ରହରରେ ଲୁଟେରା ବନ୍ଧୁକ ମୁନରେ 50 ହଜାର ଟଙ୍କା ଲୁଟ୍ କରିଛନ୍ତି । ରେଙ୍ଗାଲିର ଏକ ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କୁ 2 ଜଣ ଅଜଣା ଯୁବକ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ସହରରେ ବନ୍ଧୁକ ମୁନରେ 50 ହଜାର ଟଙ୍କା ଲୁଟ୍ । ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ହୋଇଛି ଲୁଟ । ଅଚାନକ ଦୁଇ ଜଣ ଯୁବକ ଦୁଇଟି ବନ୍ଧୁକ ଦେଖାଇ SBI ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଦିନବେଳା ତାହା ପୁଣି ବନ୍ଧୁକ ଦେଖାଇ ଏହି ଲୁଟ ହୋଇଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ହୋଇଯାଇଛନ୍ତି । ଲୁଟ୍ କରି ସାରି ଲୁଟେରାମାନେ ରେଙ୍ଗାଲିରୁ ଫେରାର୍ ହୋଇଯାଇଛନ୍ତି । ରେଙ୍ଗାଲି ଥାନା ଅତି ନିକଟରେ ହୋଇଥିଲେ ମଧ୍ୟ ଲୁଟେରାମାନେ ଚମ୍ପଟ ମାରିବା ଘଟଣା ଲୋକଙ୍କୁ ଚିନ୍ତାରେ ପକାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାସ, ସାଙ୍ଗ ସାଜିଥିଲା ଲୁଟେରା

ସୂଚନା ଅନୁଯାୟୀ, ଗତକାଲି(ଶନିବାର) ସକାଳ ପ୍ରାୟ 10ଟା ସମୟରେ ମାନସ ମହାଣା ନାମକ ଜଣେ ଯୁବ ବ୍ୟବସାୟୀ ଗ୍ରାହକ ସେବା କେନ୍ଦ୍ରରେ ବସିଥିଲେ । ଏତିକି ବେଳେ 2 ଜଣ ହିନ୍ଦୀ ଭାଷା କହୁଥିବା ଯୁବକ ଟଙ୍କା ଉଠାଣ କାମ ନେଇ ଗ୍ରାହକ ସେବା କେନ୍ଦ୍ରକୁ ଆସିଥିଲେ । ଯୁବ ବ୍ୟବସାୟୀ ଜଣକ ତାଙ୍କୁ ଆଧାର କାର୍ଡ ମାଗିବାରୁ ବ୍ୟାଗରୁ ଆଧାର କାର୍ଡ ବଦଳରେ 2ଟି ପିସ୍ତଲ ବାହାର କରି ଜୀବନରେ ମାରିଦେବା ଧମକ ଦେଇଥିଲେ । ଏହାସହ ଗ୍ରାହକ ସେବା କେନ୍ଦ୍ରରେ ଥିବା ସବୁ ନଗଦ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଗୁଳି କରି ହତ୍ୟା କରିବାର ଧମକ ଦେଇ ପ୍ରାୟ 50 ହଜାର ଟଙ୍କା ଲୁଟି ଏକ ବାଇକରେ ସମ୍ବଲପୁର ଅଭିମୁଖେ ଫେରାର ହୋଇଯାଇଥିଲେ । ଲୁଟେରାମାନେ ଆସିଥିବା ଗାଡିର କୌଣସି ନମ୍ବର ନଥିବା କହିଛନ୍ତି ଅଭିଯୋଗକାରୀ ଯୁବକ । ଲୁଟର ଶିକାର ହୋଇଥିବା ଯୁବ ବ୍ୟବସାୟୀ ଏନେଇ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛି ଓ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରୁଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.