ETV Bharat / state

ସମ୍ବଲପୁରରେ 5 ନୂଆ ଆକ୍ରାନ୍ତ ଚିହ୍ନଟ - ସମ୍ବଲପୁର

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଏହି କ୍ରମରେ ସୋମବାର ସମ୍ବଲପୁରରେ 5 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona
ସମ୍ବଲପୁରରେ 5 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Jun 22, 2020, 5:49 PM IST

ସମ୍ବଲପୁର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଏହି କ୍ରମରେ ସୋମବାର ସମ୍ବଲପୁରରେ 5 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ 5 ନୂଆ ଆକ୍ରାନ୍ତ ସରକାରୀ କ୍ବାରେଣ୍ଟିନ ସେଣ୍ଟରରେ ରହିଥିଲେ । 5 ଆକ୍ରାନ୍ତଙ୍କ ମଧ୍ୟରୁ 2ଜଣ ତାମିଲନାଡୁ ଏବଂ 3 ଜଣ ଗୋଆରୁ ଫେରିଥିବା ସୂଚନା ମିଳିଛି । ବର୍ତ୍ତମାନ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ଚିହ୍ନଟ 5 ଆକ୍ରାନ୍ତ ଜମେନକିରା ବ୍ଲକ ଅଞ୍ଚଳରେ ସରକାରୀ ସରକାରୀ କ୍ବାରେଣ୍ଟିନ ସେଣ୍ଟରରେ ଥିଲେ। ତେବେ ସେମାନଙ୍କ ଠାରେ କୌଣସି ଲକ୍ଷଣ ପରିଲଖିତ ହୋଇ ନଥିଲା।

ବର୍ତ୍ତମାନ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇଦିଆଯାଇଛି। ତେବେ ସମସ୍ତେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ ଚିନ୍ତାର କୌଣସି ଆବଶ୍ୟକତା ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଲୋକଙ୍କୁ ସରକାରୀ ନୀତି ନୀୟମ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.