ETV Bharat / state

ରାତି 8 ସୁଦ୍ଧା ଖୋଲିବ ହୀରାକୁଦ ଡ୍ୟାମର 7 ଗେଟ - ହୀରାକୁଦ ଡ୍ୟାମ ଗେଟ

ହୀରାକୁଦ ଡ୍ୟାମ ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ନଦୀଗୁଡ଼ିକର ଜଳସ୍ଥର ବୃଦ୍ଧି ହୋଇଛି । ଏଥିଯୋଗୁଁ ଡ୍ୟାମର 7ଟି ଗେଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଖୋଲିଲା ହୀରାକୁଦ ଡ୍ୟାମର ଗେଟ
ଖୋଲିଲା ହୀରାକୁଦ ଡ୍ୟାମର ଗେଟ
author img

By

Published : Jul 4, 2020, 7:26 PM IST

ସମ୍ବଲପୁର: ଶନିବାର ସନ୍ଧ୍ୟା 6 ଟା ସୁଦ୍ଧା ହୀରାକୁଦ ଡ୍ୟାମର 2ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ବର୍ତ୍ତମାନ ଆହୁରି 5 ଟି ଗେଟ ରାତି 8 ଟା ସୁଦ୍ଧା ଖୋଲାଯିବ । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ନଦୀଗୁଡ଼ିକର ଜଳସ୍ଥର ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ଥର 602.17 ଫୁଟ ରହିଛି। ବର୍ତ୍ତମାନ ସେକେଣ୍ଡ ପ୍ରତି ଇନଫ୍ଲୋ 30,500 କ୍ୟୁସେକ ରହିଥିବା ବେଳେ ଆଗକୁ ମୋଟ 7 ଗେଟ ଜରିଆରେ ଜଳ ନିଷ୍କାସନ ହେଲେ ସେକେଣ୍ଡ ପ୍ରତି 1 ଲକ୍ଷ 8 ହଜାର 500 କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେବ । ଆଗକୁ ପରିସ୍ଥିତି ଦେଖି ବନ୍ଧ ପରିଚାଳନା କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.