ସମ୍ବଲପୁର: ପ୍ରଥମଥର ପାଇଁ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟରେ 894 ସ୍ନାତକୋତ୍ତର ଶିକ୍ଷାର୍ଥୀଙ୍କ ଡିଗ୍ରୀ ହାସଲ। ସମ୍ବଲପୁରରେ ଓଏସଓୟୁର 4ର୍ଥ ସମାବର୍ତ୍ତନ ଉତ୍ସବ ଜିଲ୍ଲା ପାନ୍ଥ ନିବାସ ସମ୍ମିଳନୀ କକ୍ଷରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଭର୍ଚ୍ଚୁଆଲ ମୋଡ଼ରେ ହୋଇଥିବା ଏହି ସମାବର୍ତ୍ତନ ଉତ୍ସବରେ ଇଗନୁର ପୂର୍ବତନ କୁଳପତି ପ୍ରଫେସର ରାମଜି ତକ୍ବାଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନଲାଇନରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱ ବିଦ୍ୟାଳୟର କୁଳପତି ଶ୍ରୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଉତ୍ସବରେ 10 ସ୍ନାତକୋତ୍ତର, 7 ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା, 11 ଡିପ୍ଲୋମା କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା 1521 ଜଣ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।
![ଓଏସଓୟୁ ରେ ପ୍ରଥମଥର ପାଇଁ ହାସଲ ହେଲା 894 ସ୍ନାତକୋତ୍ତର ଶିକ୍ଷାର୍ଥୀ ଡିଗ୍ରୀ](https://etvbharatimages.akamaized.net/etvbharat/prod-images/od-sam-01-osou-4th-covocation-avb-7202776_29122020160752_2912f_01658_876.jpg)
![ଓଏସଓୟୁ ରେ ପ୍ରଥମଥର ପାଇଁ ହାସଲ ହେଲା 894 ସ୍ନାତକୋତ୍ତର ଶିକ୍ଷାର୍ଥୀ ଡିଗ୍ରୀ](https://etvbharatimages.akamaized.net/etvbharat/prod-images/od-sam-01-osou-4th-covocation-avb-7202776_29122020160752_2912f_01658_33.jpg)
ଏହି ଅବସରରେ ପ୍ରଥମଥର ପାଇଁ 894 ସ୍ନାତକୋତ୍ତର ଶିକ୍ଷାର୍ଥୀ ଡିଗ୍ରୀ ଗ୍ରହଣ କରିଛନ୍ତି । ଏହାସହ 26 ଜଣଙ୍କୁ ବିଭିନ୍ନ ବିଷୟରେ ବିଶ୍ୱ ବିଦ୍ୟାଳୟ ପଦକ ପ୍ରଦାନ କରାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ