ସମ୍ବଲପୁର: ଆଜି (ଗୁରୁବାର) ସମ୍ବଲପୁର ଜିଲ୍ଲାରେ 40ଟି ନୁଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଦୈନିକ ଗଣନା ହିସାବରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ । ଅନ୍ୟପଟେ ଜିଲ୍ଲାରେ ପ୍ରଥମ କରି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ସମସ୍ତ 40 ଅକ୍ରାନ୍ତଙ୍କ ମଧ୍ୟରେ 2 ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଅକ୍ରାନ୍ତଙ୍କ ମଧ୍ୟରୁ 18 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଥିବା ବେଳେ 22 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏମାନେ ସମସ୍ତେ ସମ୍ବଲପୁର ସହର ଓ ବୁର୍ଲାର ବିଭିନ୍ନ ସ୍ଥାନର ଅଟନ୍ତି । କେତେକ ସ୍ଥାନରେ ବହୁ ସଂଖ୍ୟକ ଲୋକାଲ କଣ୍ଟାକଟ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ତେବେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି ।
ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା 342 ହୋଇଥିବା ବେଳେ 175 ସୁସ୍ଥ ହୋଇଛନ୍ତି । ମୋଟ 166ଟି ଆକ୍ଟିଭ କେସ୍ ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ