ସମ୍ବଲପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଆଜି(ଶୁକ୍ରବାର) ଜିଲ୍ଲାରେ 40 ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 730ରେ ପହଞ୍ଚିଛି ।
ତେବେ ଜିଲ୍ଲାରେ ଏପର୍ଯ୍ୟନ୍ତ 7 ହଜାର 252 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଥିବାବେଳେ 449 ଜଣ ବିଭିନ୍ନ କୋରୋନା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଶୁକ୍ରବାର ସମ୍ବଲପୁର ମହାନଗର ନିଗମ, ରେଙ୍ଗାଲୀ, ଯୁଜୁମୁରା, କୁଚିଣ୍ଡା, ନାକଟିଦେଉଳ, ଜମେନକିରା, ବାମରା ଅଞ୍ଚଳରରୁ ମୋଟ 40 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହା ଯୁଶ୍ମନ ରଣା, ଇଟିଭି ଭାରତ