ETV Bharat / state

କୋରୋନା କବଳରେ ବୁର୍ଲା ଭୀମସାରର 4 କୋରୋନା ଯୋଦ୍ଧା

author img

By

Published : Jul 16, 2020, 11:52 AM IST

ଗୁରୁବାର ଜିଲ୍ଲାରେ 4 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 4 ଜଣ ବୁର୍ଲା ଭୀମସାର କୋଭିଡ ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

4 Corona Warriors of Burla Bhimsar found corona positive
କୋରୋନା କବଳରେ ବୁର୍ଲା ଭୀମସାର 4 କୋରୋନା ଯୋଦ୍ଧା

ସମ୍ବଲପୁର: ଗୁରୁବାର ଜିଲ୍ଲାରେ 4 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 4 ଜଣ ବୁର୍ଲା ଭୀମସାର କୋଭିଡ ଯୋଦ୍ଧା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି ।

ସେପଟେ ବୁର୍ଲା ଭୀମସାର ମେଡିକାଲରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାର ସମସ୍ତ ଓପିଡିକୁ ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏପରିକି ସମ୍ବଲପୁର ସହରର କେତେକ ସ୍ଥାନରେ ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଉକ୍ତ ଅଞ୍ଚଳ ଗୁଡିକୁ ମଧ୍ୟ ସିଲ୍ କରି ଦିଆଯାଇଛି ।

ଏଭଳି ପରିସ୍ଥିତିରେ ଜିଲ୍ଲାବାସୀଙ୍କ ମନରେ ଭୟର ବାତାବତରଣ ଖେଳିଥିବାବେଳେ ସେମାନଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ କୁହାଯାଇଛି । ଏଥିସହ ମାସ୍କ ପିନ୍ଧିବା ଓ ନୀତି ନିୟମକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି ।

ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 129 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ 101 ଜଣ ସୁସ୍ଥ ହୋଇଥିବା ବେଳେ 28ଟି ମାମଲା ଏବେ ବି ସକ୍ରିୟ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.