ETV Bharat / state

ସମ୍ବଲପୁରରୁ 35 କୋରୋନା ଆକ୍ରାନ୍ତ ଚିହ୍ନଟ, ସଚେତନତା ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ

author img

By

Published : Aug 17, 2020, 6:31 PM IST

ସୋମବାର ସମ୍ବଲପୁର ଜିଲ୍ଲାରେ 35 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଅଧିକ ପଢନ୍ତୁ...

ସମ୍ବଲପୁରରୁ 35 କୋରୋନା ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁରରୁ 35 କୋରୋନା ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ସୋମବାର ସମ୍ବଲପୁର ଜିଲ୍ଲାରେ 35 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ କୋଭିଡ ଯୋଦ୍ଧା ଅଛନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ 31 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ, ରେଙ୍ଗାଲି, ଯୁଜୁମୁରା, ନକଟିଦେଉଲ ଓ ଜମନକିରା ଅଞ୍ଚଳର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବଲପୁରରୁ 35 କୋରୋନା ଆକ୍ରାନ୍ତ ଚିହ୍ନଟ, ସଚେତନତା ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ
ସମ୍ବଲପୁରରୁ 35 କୋରୋନା ଆକ୍ରାନ୍ତ ଚିହ୍ନଟ, ସଚେତନତା ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ

ଅନ୍ୟପଟେ କୋଭିଡ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଗୋଷ୍ଠୀ ସହାୟକ କାର୍ଯ୍ୟକ୍ରମ। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଏସଏମସି ତରଫରୁ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି। କୋଭିଡ19 ମହାମାରୀକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଜିଲ୍ଲା ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ସଂକ୍ରମିତ ଅଞ୍ଚଳର ସ୍ବେଚ୍ଛାସେବୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ପରି ସ୍ଵାସ୍ଥ୍ୟ କର୍ମୀମାନେ ସାମିଲ ହେବେ। କାର୍ଯ୍ୟକ୍ରମ ଅନୁଯାୟୀ କୋରୋନାକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ଗୁଜବ ଓ ପ୍ରକୃତ ସତ୍ୟତା ସମସ୍ତଙ୍କୁ ଅବଗତ କରାଇବାର ଦାୟିତ୍ୱ ଏହି କର୍ମୀ ଓ ସ୍ବେଚ୍ଛାସେବୀଙ୍କ ଉପରେ ରହିବ। ଏନେଇ ଏମାନଙ୍କୁ ତାଲିମ ଦିଆଯାଇଛି। ଆଉ ଏମାନଙ୍କୁ କୋରୋନା ସଚେତକ ଭାବେ ପରିଚୟ ପତ୍ର ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.