ETV Bharat / state

ବୁର୍ଲା VIMSAR ମେଡ଼ିକାଲରୁ 3 ଦଲାଲ ଗିରଫ - ଭିମସାର ମେଡିକାଲ

ରକ୍ତ ଦଲାଲି କରୁଥିବା ଅଭିଯୋଗରେ ସମ୍ବଲପୁର ବୁର୍ଲାରୁ 3 ଦଲାଲ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ବୁର୍ଲା VIMSAR ମେଡ଼ିକାଲରୁ 3 ଦଲାଲ ଗିରଫ
ବୁର୍ଲା VIMSAR ମେଡ଼ିକାଲରୁ 3 ଦଲାଲ ଗିରଫ
author img

By

Published : Jun 26, 2021, 7:53 PM IST

ସମ୍ବଲପୁର: ଜିଲ୍ଲାର ବୁର୍ଲା ଭୀମସାର ମେଡିକାଲରୁ 3 ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ବିରୋଧରେ ରକ୍ତ ଦଲାଲି କରୁଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ସମ୍ବଲପୁର SP ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

ଗିରଫ ୩ ଜଣ ଅଭିଯୁକ୍ତ ନିଜକୁ ବୁର୍ଲା ଭୀମସାରର କର୍ମଚାରୀ ଦର୍ଶାଇ ନୀରିହ ରୋଗୀ ପରିଜନଙ୍କୁ ରକ୍ତ ଯୋଗାଇ ଦେବା ପାଇଁ ପଇସା ମାଗୁଥିଲେ । ମିଛ ପ୍ରତିଶୃତି ଦେଇ ଲୋକଙ୍କଠାରୁ ପଇସା ନେଉଥିବା ଖବର ପାଇ ପୋଲିସ ଆଜି(ଶନିବାର) ସକାଳ ୯ଟା ୩୦ରେ ଚଢାଉ କରି ସେମାନଙ୍କୁ ଗିରଫ କରିବା ସହ ୧୫୦୦ ଟଙ୍କା ଓ ଗୋଟିଏ ଅଟୋ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ଗରିବ ଲୁହା, ଅଜିତ ନାଏକ ଓ ଶଙ୍କର ନାଏକ ।

ତେବେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ରୋଗୀ ପରିଜନ ଏଭଳି ଠକାମିର ଶିକାର ହେଉଥିଲେ । ଯେକୌଣସି ବ୍ୟକ୍ତିଙ୍କୁ ରକ୍ତ ଦରକାର ପଡେ ତେବେ ସେମାନେ ୫ଟି ମୋ ସରକାର କଲ ସେଣ୍ଟରକୁ ଯୋଗାଯୋଗ କରିବା ପାଇଁ ଏସପି ବାତୁଲା ନିବେଦନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.