ସମ୍ବଲପୁର: ସମ୍ବଲପୁରରେ ବ୍ରାଉନ ସୁଗର କାରବାରରେ 3 ଜଣ ଗିରଫ ହେବା ପରେ ଆଜି ସମ୍ବଲପୁର ଏସପି ନିଜେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସମ୍ବଲପୁର ଜିଲ୍ଲାରେ ପ୍ରଥମ ବ୍ରାଉନ ସୁଗର ମାମଲା ଅଟେ । ଏହି ଡ୍ରଗ୍ସ ବେପାରୀଙ୍କ ଠାରୁ 65 ପକେଟ ବ୍ରାଉନ ସୁଗର ଜବତ କରାଯାଇଛି । ଗୋଟିଏ ପ୍ୟାକେଟର ଦାମ ପ୍ରାୟ 500 ଟଙ୍କା ରହିଥିବା ବେଳେ ଘଟଣାର ଚେର ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଥିବା ସେ କହିଛନ୍ତି । ତେବେ ଏହି ଡ୍ରଗ୍ସ କାରବାର କରୁଥିବା ସବୁ ବେପାରୀଙ୍କୁ ଚିହ୍ନଟ ହୋଇ ସାରିଛି ଅତିଶୀଘ୍ର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଆଉ ଏହି ମେସେଜ ଆଧାରରେ ସେମାନେ ଟଙ୍କା ବାହାରି ନଥିବା କହି ବ୍ୟାଙ୍କରେ କମ୍ପ୍ଲେନ କରି ବ୍ୟାଙ୍କରୁ ପୁଣି ଟଙ୍କା ଆଦାୟ କରୁଥିଲେ । ଏହି ଭଳି ଭାବରେ ସେମାନେ ସମ୍ବଲପୁରରେ 3 ଲକ୍ଷ 30 ହଜାର ଟଙ୍କାର ଠକେଇ କରିଥିଲେ ବୋଲି ଏସପି କହିଛନ୍ତି । ତେବେ ସମ୍ବଲପୁର ଏସବିଆଇ କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଅଭିଯୋଗ କରିବା ପରେ ଏହି ଗ୍ୟାଙ୍ଗର 3 ଜଣ ଗିରଫ ହୋଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ