ETV Bharat / state

ବାତ୍ୟା ପ୍ରପୀଡ଼ିତଙ୍କ ଅନ୍ଧାର ଦୂର କରିବ ଜେନେରେଟର - ସମ୍ବଲପୁର

ଫନିର ତାଣ୍ଡବ ପରେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାଘାତ ସୃଷ୍ଟି କରିଛି । ଯାହାକୁ କେତେକାଂଶରେ ଦୂର କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 29 ଟି ଜେନେରେଟର ଆଜି ପଠାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 6, 2019, 11:40 PM IST

ସମ୍ବଲପୁର: ବାତ୍ୟା ଫନି ପରେ ଅନ୍ଧାରରେ ଉପକୂଳ ଓଡିଶା । ଆଉ ଏହାର ସମାଧାନ ପାଇଁ ଏକମାତ୍ର ସାହା ହୋଇଛି ଜେନେରେଟର । ଫନିର ତାଣ୍ଡବ ପରେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାଘାତ ସୃଷ୍ଟି କରିଛି । ଯାହାକୁ କେତେକାଂଶରେ ଦୂର କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 29 ଟି ଜେନେରେଟର ଆଜି ପଠାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ପରି ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇପାରି ନାହିଁ । ତେଣୁ ଏହିସବୁ ସ୍ଥାନରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦେଖି ଆଗାମୀ ସମୟରେ ଆବଶ୍ୟକ ପଡିଲେ ଆହୁରି 8ରୁ 10ଟି ଜେନେରେଟର ଯୋଗାଇ ଦିଆଯିବ ବୋଲି DRDA ଅଧିକାରୀ ସୁକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.