ETV Bharat / state

ଅନ୍ୟ ରାଜ୍ୟରୁ ସମ୍ବଲପୁର ଫେରିବାକୁ ପଞ୍ଜୀକରଣ କଲେ 2087 ଜଣ

author img

By

Published : Apr 28, 2020, 1:23 PM IST

କୋଭିଡ-19 ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ବାହାର ରାଜ୍ୟରେ ସମ୍ବଲପୁର ଜିଲ୍ଲାର ବହୁ ଲୋକ ଫସି ରହିଛନ୍ତି । ସମ୍ବଲପୁର ଫେରିବାକୁ ବର୍ତ୍ତମାନ ସୁଦ୍ଧା 2087 ଜଣ ପଞ୍ଜୀକରଣ କରିଥିବା ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ତେବେ ରାଜ୍ୟ ବାହାରେ ଫସିରହିଥିବା ଓଡିଆଙ୍କ ମଧ୍ୟରୁ 10 ପ୍ରତିଶତ ପଶ୍ଚିମ ଓଡିଶାର ବୋଲି ଜଣାପଡିଛି ।

ବାହାର ରାଜ୍ୟରୁ ସମ୍ବଲପୁର ଫେରିବାକୁ 2087ଜଣଙ୍କ ପଞ୍ଜୀକରଣ

ସମ୍ବଲପୁର: ସାରା ଦେଶରେ କୋଭିଡ-19 ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ବେଳେ ଏବେବି ବାହାର ରାଜ୍ୟରେ ସମ୍ବଲପୁର ଜିଲ୍ଲାର ବହୁ ଲୋକ ଫସି ରହିଛନ୍ତି । ଏମାନେ ସମ୍ବଲପୁର ଆସିବାକୁ ଚାହୁଁଥିଲେ ମଧ୍ୟ ଲକଡାଉନ ଯୋଗୁଁ ଫେରିପାରି ନାହାଁନ୍ତି ।

ଏଥିପାଇଁ ଏମାନଙ୍କ ଫେରିବା ଉପରେ ସମସ୍ତଙ୍କ ନଜର । ସମ୍ବଲପୁର ଫେରିବାକୁ ବର୍ତ୍ତମାନ ସୁଦ୍ଧା 2087 ଜଣ ପଞ୍ଜୀକରଣ କରିଥିବା ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ରାଜ୍ୟ ବାହାରେ ଫସିରହିଥିବା ଓଡିଆଙ୍କ ମଧ୍ୟରୁ 10 ପ୍ରତିଶତ ପଶ୍ଚିମ ଓଡିଶାର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ଶ୍ରମିକ, ମେଡିକାଲ ଛାତ୍ରଛାତ୍ରୀ, ବିଭିନ୍ନ ଆଇଟି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ରହିଛନ୍ତି ।

କିଛିଲୋକ ବ୍ୟବସାୟିକ ଦୃଷ୍ଟିକୋଣରୁ ଓ ପର୍ଯ୍ୟଟନ ପାଇଁ ବାହାରକୁ ଯାଇ ଫସି ରହିଥିବା ଜଣା ପଡିଛି । ଏମାନଙ୍କ ଆସିବାକୁ ନେଇ ସ୍ଥାନୀୟ ଲୋକ ମଧ୍ୟ ଚିନ୍ତାରେ ପଡିଛନ୍ତି । ତେବେ ଯେକୌଣସି ଲୋକ ସମ୍ବଲପୁର ଆସିଲେ ତାଙ୍କୁ ପ୍ରଥମେ ସଙ୍ଗରୋଧରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମ୍ବଲପୁର ଏସ୍‌ଏମସିରେ ସମୁଦାୟ 3007ଟି ସଙ୍ଗରୋଧ କେନ୍ଦ୍ର କରିବାର କ୍ଷମତା ରହିଛି । ବର୍ତ୍ତମାନ ସୁଦ୍ଧା ଏସ୍‌ଏମସିରେ 26 ଓ ପ୍ରତ୍ୟେକ ପଞ୍ଚାୟତ ରେ ଗୋଟିଏ ଲେଖାଏଁ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ସହରାଞ୍ଚଳକୁ ଆସୁଥିବା ବ୍ୟକ୍ତି ପ୍ରଶାସନର ଅନୁମତି ନେଇ ନିଜ ଘରେ ସଙ୍ଗରୋଧରେ ରହିପାରିବ । ଗାଁକୁ ଆସୁଥିବା ବ୍ୟକ୍ତିକୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ବୋଲି ସୂଚନା ଦିଆଯାଇଛି । ଏହା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କ ସ୍ବାବ ନମୁନା ପରୀକ୍ଷଣ ଉପରେ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.