ସମ୍ବଲପୁର: ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବିଭାଗକୁ ସଫଳତା ମିଳିଛି। ଆଜି(ଶୁକ୍ରବାର) ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ବନ୍ୟପ୍ରାଣୀ ତସ୍କରୀ ଅଭିଯୋଗରେ 2 ଜଣଙ୍କୁ ଗିରଫ କରିବା ସହ ବନ୍ୟପ୍ରାଣୀର ଶରୀରର ବିଭିନ୍ନ ଅଂଶ ଜବତ କରିଛି। ଏନେଇ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗର ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତଙ୍କ ଠାରୁ 5 ଗୋଧି ଚମଡା ଓ ଗୋଟିଏ ସମ୍ବର ସିଙ୍ଘ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାମନିଧି ଭୁଏ ଓ କ୍ଷମାନିଧି ପ୍ରଧାନ। ଉଭୟ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। 2 ଜଣ ଶିକାରୀ ଅଭିଯୁକ୍ତ ଗାଈ ଚରାଳି ବୋଲି ସୂଚନା ମିଳିଛି। ଏହି ମାମଲାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ