ETV Bharat / state

2 ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ! 2 ଗିରଫ

author img

By

Published : Jun 22, 2021, 10:23 PM IST

ସମ୍ବଲପୁର ଜିଲ୍ଲାରେ ଲଜ୍ୟା ! ଜଙ୍ଗଲକୁ ଯାଇଥିବା ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । 2ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

2 ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, 2 ଗିରଫ
2 ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, 2 ଗିରଫ

ସମ୍ବଲପୁର: ମହୁଲ ଫଳ ବା ଟୋଲଫଳ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ 2 ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଥାନା ଅନ୍ତର୍ଗତ ଏକ ଗାଁରେ । ୨ ନାବାଳିକାଙ୍କୁ ସେହି ଗାଁର 2 ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସେମାନଙ୍କ ପରିବାର ଲୋକେ ।

ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ରେଢାଖୋଲ ଥାନା ଅଞ୍ଚଳରେ ଗତ ୧୬ ତାରିଖରେ ୨ ନାବାଳିକ ଝିଅ ମହୁଲଫଳ ବା ଟୋଲ ଫଳ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ସମୟରେ ସେହି ଗ୍ରାମରେ ଦୁଇ ଜଣ ଯୁବକ ଏହାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏତଲା ଆଧାରରେ ରେଢ଼ାଖୋଲ ପୋଲିସ ଘଟଣାର ତଦନ୍ତ କରିବା ସହ 2 ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି । ଆସନ୍ତାକାଲି (ବୁଧବାର) ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୁଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.