ସମ୍ବଲପୁର: ସୋମବାର ସମ୍ବଲପୁର ଜିଲ୍ଲାରେ 168 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ କୋଭିଡ ଯୋଦ୍ଧା ରହିଛନ୍ତି। ସୋମବାର ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 92 ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବେଳେ 76 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି।
ଆକ୍ରାନ୍ତ ମଧ୍ୟରେ 85 ଜଣ କେବଳ ଷ୍ଟେସନପଡା ଅଞ୍ଚଳର ରହିଛନ୍ତି । ଯାହା ପ୍ରଶାସନ ପାଇଁ ସବୁଠୁ ଚିନ୍ତାର ବିଷୟ ପାଲଟିଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଅନ୍ୟ ଆକ୍ରାନ୍ତମାନେ ସମ୍ବଲପୁର ମହାନଗରର ବିଭିନ୍ନ ଅଞ୍ଚଳ, କୁଚିଣ୍ଡା, ବାମରା, ମାନେଶ୍ୱର ଓ ରେଢାଖୋଲ ଅଞ୍ଚଳର ଅଟନ୍ତି । ଆଜି ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତାଙ୍କ ସଂଖ୍ୟା 1169 ହୋଇଥିବା ବେଳେ ଏଥିରୁ 506 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବର୍ତ୍ତମାନ 661ଟି ଆକ୍ଟିଭ କେସ ରହିଛି।
ଅନ୍ୟପଟେ ସୋମବାର ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀ କୋରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା 10ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏହା ସହ ଫାଣ୍ଡି ଅଧିକାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ