ETV Bharat / state

ପୁଣି ସମ୍ବଲପୁରରେ 13 କୋରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ସମ୍ବଲପୁରରେ 13 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନରେ ଥିଲେ। ରବିବାର ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।

corona
ପୁଣି ସମ୍ବଲପୁରରେ 13 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 5, 2020, 1:04 PM IST

ସମ୍ବଲପୁର: ପୁଣି ସମ୍ବଲପୁରରେ 13 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନରେ ଥିଲେ। ରବିବାର ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ଚିହ୍ନଟ ନୂଆ 13 ଆକ୍ରାନ୍ତଙ୍କ ମଧ୍ୟରୁ ନାକଟିଦେଉଳ ଅଞ୍ଚଳର 5, ରେଙ୍ଗାଲୀ ଅଞ୍ଚଳର 4, ମାନେଶ୍ୱର ଅଞ୍ଚଳର ଜଣେ ଓ ମହାନଗର ଅଞ୍ଚଳର 3 ଜଣ ଅଛନ୍ତି । ଏମାନଙ୍କ ନିକଟରେ କୋରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା। ଏଥିସହ ସମସ୍ତେ ନିକଟରେ ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ରାଜ୍ୟରୁ ଫେରିଥିଲେ।

ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରବିବାର ସମ୍ବଲପୁର ଜିଲ୍ଲାକୁ 24 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.