ETV Bharat / state

ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ

Kuchinda Bandh: କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ । କୁଚିଣ୍ଡା ଜିଲ୍ଲା କ୍ରିୟାନୁଷ୍ଠାନ କମିଟିରେ ଆହ୍ୱାନକ୍ରମେ ଏହି ବନ୍ଦ ପାଳନ ହେଉଛି l ଅଧିକ ପଢନ୍ତୁ

ଘଣ୍ଟିଆ କୁଚିଣ୍ଡା ବନ୍ଦ
ଘଣ୍ଟିଆ କୁଚିଣ୍ଡା ବନ୍ଦ
author img

By ETV Bharat Odisha Team

Published : Dec 21, 2023, 12:39 PM IST

Updated : Dec 21, 2023, 2:44 PM IST

ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ

ସମ୍ବଲପୁର: ପୁଣି ଜୋର ଧରିଲା କୁଚିଣ୍ଡାକୁ ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ । ସମ୍ବଲପୁରର କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା କରିବା ପାଇଁ ବହୁ ପୂର୍ବରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ପୁଣି ଏହି ଦାବିରେ ବନ୍ଦ ପାଳନ ହେଉଛି । କୁଚିଣ୍ଡା ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ସହରରେ ଗାଡିମୋଟର ଚଳାଚଳ, ଦୋକାନ, ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍‌ କଲେଜ ସବୁ ବନ୍ଦ ରହିଛି । ତେବେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ କୁଚିଣ୍ଡା ସହରର ବିଭିନ୍ନ ସ୍ଥାନରେ ସକାଳୁ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ବାରମ୍ବାର ଦାବି ପରେ ମଧ୍ୟ ରାଜ୍ୟ ସରକାର କୁଚିଣ୍ଡାକୁ ଜିଲ୍ଲା ଘୋଷଣା କରୁନଥିବା ଓ କୁଚିଣ୍ଡାକୁ ଅଣଦେଖା କରୁଥିବା ଅଭିଯୋଗ କରିଛି କ୍ରିୟାନୁଷ୍ଠାନ କମିଟି । ଏହି ଦାବିରେ ଆଜି ରାସ୍ତାକୁ ଓହ୍ଲାଇବା ସହିତ କୁଚିଣ୍ଡା ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଡାକରା ଦେଇଛି । ଏହି ବନ୍ଦ ପାଳନରେ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଆନ୍ଦୋଳନରେ ଯୋଗ ଦେଇ ଏହି ଦାବି ସମସ୍ତଙ୍କ ଅଟେ ଏବଂ ଜାତି ଧର୍ମ ଓ ରାଜନୈତିକ ଦଳ ଊର୍ଦ୍ଧ୍ବରେ ରହି ଏଥିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି l

ଏହା ମଧ୍ୟ ପଢନ୍ତୁ: ଜିଲ୍ଲା ମାନ୍ୟତା ଦାବିରେ ଆଜି ଟିଟିଲାଗଡ ବନ୍ଦ

ଅନ୍ୟପଟେ କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ରବି ନାୟକ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି l ସେ କହିଛନ୍ତି ଯେ, କୁଚିଣ୍ଡାକୁ ଜିଲ୍ଲା କରିବା ବିଜୁ ବାବୁଙ୍କ ସ୍ବପ୍ନ ଥିଲା । ଏବେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ବପ୍ନକୁ ସକାର କରନ୍ତୁ । କୁଚିଣ୍ଡା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ସବୁ ପ୍ରକାର ପ୍ରାକୃତିକ ସଂସାଧନ ରହିଛି । ଏଥିସହ ଜଷ୍ଟିସ ଦାସ କମିଶନଙ୍କ ରିପୋର୍ଟ ଅନୁସାରେ କୁଚିଣ୍ଡାକୁ ଜିଲ୍ଲା କରାଯିବାରେ କୌଣସି ଅସୁବିଧା ନଥିବାର ଉଲ୍ଲେଖ ରହିଛି । ତେଣୁ ଏହାକୁ ଜିଲ୍ଲା ମାନ୍ୟତା ମିଳିଲେ ବିକଶିତ ଭାରତ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି ପୂର୍ବତନ ବିଧାୟକ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Dec 21, 2023, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.