ETV Bharat / state

ପୁଣି ସମ୍ବଲପୁରରୁ 112 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Aug 8, 2020, 6:02 PM IST

ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଶୁକ୍ରବାର ଜିଲ୍ଲାରୁ 101 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଶନିବାର ଜିଲ୍ଲାରୁ ପୁଣି 112 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona
ପୁଣି ସମ୍ବଲପୁରରୁ 112 କୋରୋନା ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଶୁକ୍ରବାର ଜିଲ୍ଲାରୁ 101 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଶନିବାର ଜିଲ୍ଲାରେ ପୁଣି 112 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ଆକ୍ରାନ୍ତଙ୍କ ମଧ୍ୟରେ ବୁର୍ଲା ବଡ଼ ମେଡ଼ିକାଲର ଜଣେ କୋଭିଡ ଯୋଦ୍ଧା ମଧ୍ୟ ଅଛନ୍ତି। ଶନିବାର ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଶନିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମୁଖ୍ୟତଃ ସମ୍ବଲପୁର ମହାନଗର ନିଗମର କେତେକ ନିର୍ଦ୍ଧିଷ୍ଟ ସ୍ଥାନରେ ବହୁତ ସଂଖ୍ୟକ ଆକ୍ରାନ୍ତ ପ୍ରତ୍ୟେକ ଦିନ ଚିହ୍ନଟ ହେବାରେ ଲାଗିଛନ୍ତି। ଶନିବାର ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ସମ୍ବଲପୁର ମହାନଗର, ମାନେଶ୍ୱର ବ୍ଲକ, ରେଢାଖୋଲ, ରେଙ୍ଗାଲୀ କତରବଗା, କୁଚିଣ୍ଡା, ବାମରା ଅଞ୍ଚଳର ଅଟନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 59 ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ 53 ଜଣଙ୍କୁ ଆକ୍ଟିବ ସର୍ଭିଲେନ୍ସ ଟିମ ଚିହ୍ନଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ 987 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 426 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ 559 ଜଣ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.