ସମ୍ବଲପୁର: ଆଜି (ଗୁରୁବାର) ସମ୍ବଲପୁରରେ ସେଞ୍ଚୁରୀ ମାରିଛି କୋରୋନା ସଂକ୍ରମଣ। ଜିଲ୍ଲାରେ ଗୋଟିଏ ଦିନରେ 101 କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ 72 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 29 ଜଣଙ୍କୁ ଆକ୍ଟିଭ ସର୍ଭିଲେନ୍ସ ଟିମ ଚିହ୍ନଟ କରିଛନ୍ତି।
ଅକ୍ରାନ୍ତ ମାନେ ମୁଖ୍ୟତଃ ସମ୍ବଲପୁର ମହାନଗର ନିଗମ ଷ୍ଟେସନ ପଡା ଅଞ୍ଚଳର ଅଟନ୍ତି। ସମସ୍ତ ଅକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା 836 ହୋଇଥିବା ବେଳେ 341 ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ 494 ଆକ୍ଟିଭ କେସ ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ