ETV Bharat / state

Hanuman Jayanti Violence: ଜିଲ୍ଲାରେ ୧୪୪ ଧାରା ବଳବତ୍ତର, ଆବଶ୍ୟକ ଆଉ ୧୦ ପ୍ଲାଟୁନ ଫୋର୍ସ

author img

By

Published : Apr 13, 2023, 6:24 PM IST

ସମ୍ବଲପୁର ହନୁମାନ ଜନ୍ମୋତ୍ସବ ହିଂସାକାଣ୍ଡ ଘଟଣା । ଜିଲ୍ଲାରେ ୧୪୪ ଧାରା ବଳବତ୍ତର ରହିଥିବା ବେଳେ ଆସନ୍ତାକାଲି ଶୋଭାଯାତ୍ରା ପାଇଁ ଅଧିକ ୧୦ ପ୍ଲାଟୁନ ଫୋର୍ସ ମଗାଯାଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଜିଲ୍ଲାରେ ୧୪୪ ଧାରା ବଳବତ୍ତର

ସମ୍ବଲପୁର/ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜନ୍ମୋତ୍ସବ ଅବସରରେ ବାଇକ ଶୋଭାଯାତ୍ରା ହେଉଥିବା ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପଥର ମାଡ଼ ଘଟଣା । ବିଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆଜି ସମ୍ବଲପୁର ସହରର ସବୁ ଥାନା ଅଞ୍ଚଳଗୁଡ଼ିକରେ ୧୪୪ ଧାରା ବଲବତ୍ତର ରହିଛି । ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ଆଉ ୧୦ ପ୍ଲାଟୁନ ପୋଲିସ ମଗା ଯାଇଥିବା ଜଣାପଡ଼ିଛି ।

ଏହା ସହ ଆଜିଠୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଫଳରେ ହ୍ବାଟ୍ସଆପ, ଫେସବୁକ ସେବା ମଧ୍ୟ ବନ୍ଦ ରହିଛି । ସହରରେ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଘଟଣାରେ ପୋଲିସ ୪୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଏହା ସହ ପୋଲିସ ବର୍ତ୍ତମାନ ପ୍ରମାଣ ସଂଗ୍ରହ କରୁଥିବା ପୋଲିସ ସୂଚନା ଦେଇଛି । କେତେକ ଅଞ୍ଚଳରୁ ପେଟ୍ରୋଲ ବୋମା, ଖଣ୍ଡା, ଇଟା, ପଥର ଜବତ କରିଛି ପୋଲିସ ।

ଏହା ବି ପଢନ୍ତୁ- Hanuman Jayanti violence: ସମ୍ବଲପୁରରେ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ

ଗୁଜବ ଉପରେ ବିଶ୍ବାସ ନକରିବାକୁ ସମ୍ବଲପୁର ଏସପି ସାଧରଣ ଜନତାଙ୍କୁ ଅପିଲ କରିଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି ବୋଲି ଏସପି କହିଛନ୍ତି । ଅନ୍ୟପଟେ ଆଜି ହନୁମାନ ଜୟନ୍ତୀ ସାମନ୍ୱୟ ସମିତି ଏହି ଅଘଟଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନର ଅପାରଗତାକୁ ଦାୟୀ କରିଛି । ଏଥିଲାଗି ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମିତି ପକ୍ଷରୁ ସାଧରଣ ଜନତାଙ୍କୁ ଦୋକାନ ବଜାର ବନ୍ଦ କରି ଆସନ୍ତାକାଲିର ଶୋଭାଯାତ୍ରାରେ ସାମିଲ ହେବାକୁ ଆହ୍ବାନ କରାଯାଇଛି ।

ବିଜେପିର ପ୍ରେସମିଟ:- ସେପଟେ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଅଘଟଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଓ ଗୁଇନ୍ଦା ବିଭାଗର ବିଫଳତାକୁ ଦାୟୀ କରାଯାଇଛି । ଏହି ପ୍ରସଙ୍ଗ ନେଇ ଜିଲ୍ଲା ବିଜେପି ଶୀର୍ଷ ନେତୃତ୍ବ ସହ ଆଲୋଚନା କରିବ ଓ ଦରକାର ପଡିଲେ ବିଜେପିର ଏକ ଟିମ ସମ୍ବଲପୁର ଗସ୍ତରେ ଆସିବ ବୋଲି ସୂଚନା ଦିଆଯାଇଛି । ଅନ୍ୟପଟେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉଭୟ ପକ୍ଷର ଲୋକଙ୍କୁ ଡାକି ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଉଭୟ ପକ୍ଷ ଶାନ୍ତି ଶୃଙ୍ଖଳାର ସହ କେମିତି ରହିବେ ଓ କାଲିର ହନୁମାନ ଜୟନ୍ତୀ କିପରି ଭଲ ଭାବେ ହୋଇପାରିବ ସେନେଇ ଉଭୟ ପକ୍ଷ ସହ ଆଲୋଚନା ହୋଇଛି । ବୈଠକରେ ସମ୍ବଲପୁର ଏସପି ବାତୁଳା ଗଙ୍ଗାଧରଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ସମ୍ବଲପୁର/ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.