ETV Bharat / state

ହୀରାକୁଦରେ ବନ୍ଦ ହେଲା 10 ଗେଟ୍

ବୁଧବାର ହୀରାକୁଦ ଡ୍ୟାମର 10ଟି ଗେଟକୁ ବନ୍ଦ କରାଯାଇଛି । ମଙ୍ଗଳବାର ସୁଦ୍ଧା 20ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ବୁଧବାର ସକାଳୁ ବର୍ତ୍ତମାନ ପର୍ଯ୍ୟନ୍ତ 10ଟି ଗେଟକୁ ପର୍ଯ୍ୟାୟକ୍ରମରେ ବନ୍ଦ କରାଯାଇଛି ।

10 gates closed in Hirakud
ହିରାକୁଦରେ ବନ୍ଦ ହେଲା 10ଟି ଗେଟ୍
author img

By

Published : Aug 19, 2020, 5:29 PM IST

ସମ୍ବଲପୁର: ବୁଧବାର ହୀରାକୁଦ ଡ୍ୟାମର 10ଟି ଗେଟକୁ ବନ୍ଦ କରାଯାଇଛି । ମଙ୍ଗଳବାର ସୁଦ୍ଧା 20ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ବୁଧବାର ସକାଳୁ ବର୍ତ୍ତମାନ ପର୍ଯ୍ୟନ୍ତ 10ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରାଯାଇଛି ।

ବର୍ତ୍ତମାନ ମୋଟ 10 ଗେଟ ଖୋଲା ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 615.45 ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ହାରାହାରି 2,37,981 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ଜଳ ଭଣ୍ଡାରରୁ ତଳ ମୁଣ୍ଡକୁ 10ଟି ଗେଟ ଜରିଆରେ 2,18,911 ଘନଫୁଟ ଜଳ ନିଷ୍କାସିତ ହେଉଛି ।

ହିରାକୁଦରେ ବନ୍ଦ ହେଲା 10ଟି ଗେଟ୍

ତେବେ ଆଗକୁ ବର୍ଷାର ମାତ୍ରାକୁ ଦେଖି ଅଧିକ ଗେଟ ଖୋଲାଯିବ ନା ବନ୍ଦ କରାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.