ETV Bharat / state

1 କ୍ୱିଣ୍ଟାଲ ଗଞ୍ଜେଇ ଜବତ, 3 ଗିରଫ

author img

By

Published : Jun 25, 2021, 10:31 PM IST

ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ 3 ଜଣଙ୍କୁ ଧରିଲା ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ 1 କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ବାଇକ ଜବତ କରିଛି । ଅଧିକ ପଢନ୍ତୁ...

1 -quintals ganja-seized-by-excise-department-in-Sambalpur
1 କ୍ୱିଣ୍ଟାଲ ଗଞ୍ଜେଇ ଜବତ: 3 ଗିରଫ

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ 3 ଜଣଙ୍କୁ ଧରିଲା ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ 1 କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ବାଇକ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲାର ଦୁଃଶାସନ ସାହୁ, ଅନୁଗୁଳର ସୁମନ ସାହୁ ଓ ତ୍ରିଲୋଚନ ସାହୁ ।

ଆଜି(ଶୁକ୍ରବାର) ସକାଳ ପ୍ରାୟ 9 ଟା ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି 3 ଅଭିଯୁକ୍ତ ସନ୍ଦେହଜନକ ଅବସ୍ଥାରେ ଚରଦାପୋସି ଗାଁର ଦହିବାବା ମଠ ନିକଟରେ ଛିଡା ହୋଇଥିବା ବେଳେ ପୋଲିସ ଧରିଛି ବୋଲି ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଗଞ୍ଜେଇ ସବୁ ଫୁଲବାଣୀରୁ କିଣା ଯାଇଥିବା ପୋଲିସ ସୂଚନା ଦେଇଛି । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.