ETV Bharat / state

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ; ଆସନ ଅକ୍ତିଆର ପାଇଁ ଆଶାବାଦୀ କଂଗ୍ରେସ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଛକ ପଞ୍ଝା । କିଏ ଜିତିବ ଅଧ୍ୟକ୍ଷ ପଦ ସେନେଇ ସମସ୍ତ ଦଳ ଆରମ୍ଭ କରିଦେଇଛନ୍ତି କସରତ । ଅଧିକ ପଢନ୍ତୁ...

author img

By

Published : Feb 18, 2020, 3:45 PM IST

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପ ନିର୍ବାଚନ; ଆସନ ଅକ୍ତିଆର ପାଇଁ ଆଶାବାଦୀ କଂଗ୍ରେସ

ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି । ଆସନ୍ତା କାଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାୟଗଡା ଜିଲ୍ଲା ପରିଷଦରେ ମୋଟ 22 ଜଣ ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଅଧକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ନିଧନ ପରେ ଏବେ ଏହି ଆସନ ଖାଲି ପଡିଛି ।

ଆସନ ଅକ୍ତିଆର ପାଇଁ ଆଶାବାଦୀ କଂଗ୍ରେସ

21 ଜଣିଆ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟରୁ ବିଜେଡ଼ି ଖାତାରେ ୭ ଜିଲ୍ଲା ପରିଷଦ ଥିବା ବେଳେ କଂଗ୍ରେସ ପାଖରେ ୧୦ ଏବଂ ବିଜେପି ପାଖରେ ୪ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । କଂଗ୍ରେସର ଗତଦିନରେ 3 ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦଳରୁ ନିଲମ୍ବିତ କରିଥିବା ବେଳେ ଗତ ଦୁଇ ଦିନ ତଳେ ନିଲମ୍ବନ ଉଠାଯାଇଛି ।

କଂଗ୍ରେସରେ ଅସନ୍ତୁଷ୍ଟ ଯଦି କ୍ରସ ଭୋଟିଂ ନ କରନ୍ତି ତାହାହେଲେ ଦଳ ପୁଣି ଜିତିବ ବୋଲି ଆଶା ବାନ୍ଧିଛି କଂଗ୍ରେସ । ସେପଟେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କଂଗ୍ରେସକୁ ନିଶ୍ଚୟ ମିଲିବ ବୋଲି କହିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.