ରାୟଗଡା: ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଜାରି ହୋଇଛି ବିଜ୍ଞପ୍ତି l ଏନେଇ ମଙ୍ଗଳବାର ପିଡି ଡିଆରଡିଏ ତଥା ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ଅମୃତ ଋୁତୁରାଜ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହାସହ ଜିଲ୍ଲାର 21 ଜଣ ଜିଲ୍ଲା ପରିଷଦ ସଭ୍ଯଙ୍କୁ ନିର୍ବାଚନ ନେଇ ନୋଟିସ ମଧ୍ୟ ଜାରି କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଆସନ୍ତା ୧୯ ଫେବୃଆରୀ ଦିନ ୧୦ ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପାତ୍ର ଦାଖଲ, ଦିନ ୧୧ଟା ୩୦ରେ ପ୍ରାର୍ଥୀପତ୍ର ଯାଞ୍ଚ, ନାମାଙ୍କନ ପାତ୍ର ପ୍ରତ୍ୟାହାର ଦିନ ୧୨ଟା ଭିତରେ କରାଯିବ ।
ଯଦି ଆବଶ୍ୟକ ପଡେ ୧୨ଟା ୩୦ରୁ, ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ ଏବଂ ଭୋଟ ଗ୍ରହଣ ପରେ ଗଣତି କରାଯାଇ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଫଳାଫଳ ଦାଖଲ କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ଅମୃତ ଋୁତୁରାଜ । ଆସନ୍ତା 20 ତାରିଖ ଦିନ ରାଜ୍ୟ ନିର୍ବାଚନ କମିସନ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରିବେ ବୋଲି ସେ ଜଣାଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ