ରାୟଗଡା:ବଳଦ ଆଣିବାକୁ ଯାଇ ନିଖୋଜ ହୋଇଛିନ୍ତି ଚମ୍ପି ଗ୍ରାମର ଯୁବକ ଜନୁ ନାୟକ । ଚାଷ ପାଇଁ ଜନୁ ନାୟକ ଗୋଟିଏ ବଳଦ ହଳ ତିମା ଝୋଲା ଗ୍ରାମରୁ କିଣି ଥିଲେ । ଗତ 2ଦିନ ନିଜର କିଣିଥିବା ବଳଦ ତା'ର ପୁରୁଣା ମାଲିକ ଟିମଝୋଲା ଗ୍ରାମ ଚାଲି ଯାଇଥିଲା ।
ସେହି ବଳଦକୁ ଫେରେଇ ଆଣିବାକୁ ଗତ 2ଦିନ ତଳେ ଜନୁ ତିମା ଝୋଲା ଗ୍ରାମ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ରାତି ହେବାର ଦେଖି ଟିମଝୋଲା ଗ୍ରାମ ପର୍ଯନ୍ତ ଖୋଜିବାକୁ ଯାଇଥଲେ କିନ୍ତୁ କୌଣସି ଖବର ନ ପାଇ ଘରକୁ ଫେରି ଆସିଥିଲେ । ନିଖୋଜ ଜନୁ ନାୟକଙ୍କ ସ୍ତ୍ରୀ ଓ ପରିବାର ଲୋକ ସକାଳ ହେବା ମାତ୍ରେ ଖୋଜିବାକୁ ବାହାରିଥିଲେ । ବୁଧବାର ଟିମଝୋଲା ଗ୍ରାମକୁ ସଂଯୋଗ କରୁଥିବା ଚମ୍ପି ରାସ୍ତା ନଦୀ କୂଳ ପ୍ରଭୃତି ସ୍ଥାନ ଖୋଜାଖୋଜି କରିବା ପରେ ଏକ ନୀଳଗିରି ବାଡ ନିକଟରେ ଜନୁ ନାୟକଙ୍କ ଚପଲ ଓ ଛତା ପଡ଼ିଥିବାର ଦେଖିବାକୁ ମିଳିଥିଲା ।
ଏହି ଜିନିଷ ଦେଖିବା ପରେ ଗ୍ରାମର ଗ୍ରାମ ବାସି ମାନେ ଟିମଝୋଲା ଓ ଚମ୍ପି ଗ୍ରାମ ନିକଟରେ ଥିବା ପାହାଡ଼ ଚାରି ପାର୍ଶ୍ୱରେ ଖୋଜା ଖୁଜି କରିଥିଲେ ସୁଧା ଜନୁ ନାୟକଙ୍କର କୌଣସି ଖୋଜ ଖବର ମିଳିନାହିଁ । ଶେଷରେ ଥାନାରେ ଏକ ଲିଖିତ ଅଭିଯୋଗ କରିକରିଛନ୍ତି ପରିବାର ଲୋକ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ ଜନୁ ନାୟକଙ୍କ କୌଣସି ଖବର ମିଳି ନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ