ETV Bharat / state

ଦେଶୀ ପିସ୍ତଲ ସହ ଯୁବକ ଗିରଫ, ରାସ୍ତାରେ ଲୋକଙ୍କୁ କରୁଥିଲା ଭୟଭୀତ

author img

By

Published : Dec 22, 2021, 9:54 PM IST

ଦେଶୀ ପିସ୍ତଲ ସହ ଯୁବକ ଗିରଫ । ରାସ୍ତାରେ ପିସ୍ତଲ ଧରି ଲୋକଙ୍କୁ କରୁଥିଲା ଭୟଭୀତ । ଅଧିକ ପଢନ୍ତୁ

ଦେଶୀ ପିସ୍ତଲ ସହ ଯୁବକ ଗିରଫ, ରାସ୍ତାରେ ଲୋକଙ୍କୁ କରୁଥିଲା ଭୟଭୀତ
ଦେଶୀ ପିସ୍ତଲ ସହ ଯୁବକ ଗିରଫ, ରାସ୍ତାରେ ଲୋକଙ୍କୁ କରୁଥିଲା ଭୟଭୀତ

ରାୟଗଡା: ଜଣେ ଯୁବକ କଲ୍ୟାଣସିଂପୁର ଶିକରପାଇ ଛକରେ ଦେଶୀ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିବାବେଳେ ଉକ୍ତ ଯୁବକକୁ କାବୁ କରିଛି ପୋଲିସ । ଏ ସମ୍ପର୍କରେ ସୂଚନା ପାଇଁ ପାଟ୍ରୋଲିଂ ସାରି SDPO ଦେବଜ୍ୟୋତି ଦାସ କଲ୍ୟାଣସିଂହପୁର ଦେଇ ରାୟଗଡା ଫେରୁଥିବା ସମୟରେ ଉକ୍ତ ଯୁବକକୁ କାବୁ କରିବା ସହ ବନ୍ଧୁକକୁ ଜବତ କରିଛନ୍ତି ।

ଘଟଣାସ୍ଥଳରେ ପୁଲିସକୁ ଦେଖି ଯୁବକଟି ନିକଟରେ ଥିବା ଏକ ଦୋକାନ ପଛ ଆବର୍ଜନା ଭିତରେ ପିସ୍ତଲଟିକୁ ଲୁଚାଇ ଦେଇଥିଲେ । ଏହାକୁ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଉକ୍ତ ପିସ୍ତଲ ଉଦ୍ଧାର କରିବା ସହ ଘଟଣାରେ ୨ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା । ସେଥି ମଧ୍ୟରୁ ଜଣେ ଯୁବକକୁ ଗତ ରାତିରେ ଛାଡିଦେଇଥିବାବେଳେ ଆଜି ଅଟକ ଥିବା ଅନ୍ୟ ଜଣେ ଗୋପାଳ ଚାମିଆ ନାମକ ଜଣଙ୍କ ଗିରଫ କରି ଡାକ୍ତରୀ ମାଇନା କରାଇବା ସହ କୋର୍ଟ ଚାଲାଣ କରିଛି ।

ତେବେ ସବୁଠାରୁ ବଡ କଥା କଲ୍ୟାଣସିଂପୁର ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏଠାରେ ଅନେକ ସମୟରେ ମାଓବାଦୀମାନେ ନିଜର ସ୍ଥିତି ଜାହିର କରୁଛନ୍ତି । ଏଭଳି ସ୍ଥଳେ ଜଣେ ଯୁବକ ଖୋଲାଖୋଲି ଭାବେ ବିଚ ରାସ୍ତାରେ ପିସ୍ତଲ ଧରି ଲୋକଙ୍କୁ ଭୟଭୀତ କରିବା ପୁଲିସର ଗୁଇନ୍ଦା ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.