ETV Bharat / state

ଜେମାଦେଇପେଣ୍ଠ ରେଳ ଷ୍ଟେସନରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ - ରାୟଗଡ଼ା ଖବର

ଜେମାଦେଇପେଣ୍ଠ ରେଳ ଷ୍ଟେସନରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଜେମାଦେଇପେଣ୍ଠ ରେଳ ଷ୍ଟେସନରେ ଅଘଗଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

author img

By

Published : Apr 27, 2022, 3:43 PM IST

ରାୟଗଡ଼ା : ଜିଲ୍ଲା ଜେମାଦେଇପେଣ୍ଠ ରେଳ ଷ୍ଟେସନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏକ ସୁପରଫାଷ୍ଟ ଟ୍ରେନର ଉପରେ ଚଢ଼ି ଯୁବକ ଜଣକ ଟ୍ରେନ ଚଳାଚଳ କରିବା ପାଇଁ ଲଗାଯାଇଥିବା ହାଇ ଭୋଲଟେଜ ବିଦ୍ୟୁତ ତାରକୁ ଧରିଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଜେମାଦେଇପେଣ୍ଠ ରେଳ ଷ୍ଟେସନରେ ଅଘଗଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ମୃତ ଯୁବକ ଜଣକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ,ଆଜି (ବୁଧବାର) ସକାଳ ୬ ଟା ସମୟରେ ତାମିଳନାଡୁର ତମ୍ବାରାମ ଠାରୁ ଝାରଖଣ୍ଡ ଯାସିଡିହ ଯାଉଥିବା ଟ୍ରେନ ନମ୍ବର ୧୨୩୭୫ ଜାସିଡିହ ସୁପରଫାଷ୍ଟ ଏକ୍ସପ୍ରେସ ରାୟଗଡ଼ା ଅଭିମୁଖେ ଆସୁଥିଲା । ଏକ୍ସପ୍ରେସ ଟ୍ରେନର ରହଣି ପାର୍ବତିପୁରମ ଷ୍ଟେସନ ପରେ ରାୟଗଡ଼ା ଷ୍ଟେସନରେ ରହିବାର ଥିଲା । ତେବେ କୌଣସି କାରଣରୁ ରେଳ ବିଭାଗ କର୍ତ୍ତୃପକ୍ଷ ରାୟଗଡ଼ା ପହଞ୍ଚିବା ପୂର୍ବରୁ ଜେମାଦେଇପେଣ୍ଠ ଷ୍ଟେସନରେ କିଛି ସମୟ ପାଇଁ ଅଟକି ରହିଥିଲା ।

ତେବେ ଏହି ସମୟରେ ଜଣେ ଯୁବକ ଟ୍ରେନର ଛାତ ଉପରେ ଚଢ଼ିଯାଇଥିଲେ । ଏହା ଦେଖିବା ପରେ ଟ୍ରେନରେ ବସିଥିବା ଯାତ୍ରୀମାନେ ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ପାଟିତୁଣ୍ଡ କରିଥିଲେ । ତେବେ ଯୁବକ ଜଣକ ଟ୍ରେନ ଉପରୁ ନ ଓହ୍ଲାଇ ଉପରେ ହିଁ ବୁଲୁଥିଲେ । କିଛି ସମୟ ଉପରେ ବୁଲିବା ପରେ ଟ୍ରେନ ଉପରେ ଲଗାଯାଇଥିବା ହାଇଭୋଲଟେଜ ବିଦ୍ୟୁତ ତାରକୁ ଧରି ଦେଇଥିଲେ । ଫଳରେ ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡିଯିବା ସହ ମୃତ୍ୟୁବରଣ କରିଥିଲେ । ଖବରପାଇ ରେଳ କର୍ତ୍ତୃପକ୍ଷ ରେଳବାଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.