ETV Bharat / state

ଶେଷ ହେଲା ଟ୍ରକ ୟୁନିଅନ ନିର୍ବାଚନ, ସଭାପତି ହେଲେ ୟେଲ୍ଲା କୋଣ୍ଡାବାବୁ

ରାୟଗଡାରେ ଶେଷ ହୋଇଛି ଟ୍ରକ ୟୁନିଅନ ନିର୍ବାଚନ । ଟ୍ରକ ୟୁନିଅନର ସଭାପତି ହେଲେ ୟେଲ୍ଲା କୋଣ୍ଡାବାବୁ ।

author img

By

Published : May 6, 2023, 12:49 PM IST

Truck Union election
Truck Union election
Truck Union election in rayagada

ରାୟଗଡା: ଜିଲ୍ଲାରେ ଶେଷ ହୋଇଛି ଟ୍ରକ ୟୁନିଅନ ନିର୍ବାଚନ । ଟ୍ରକ ୟୁନିଅନର ସଭାପତି ହେଲେ ୟେଲ୍ଲା କୋଣ୍ଡାବାବୁ । ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ପର୍ଯ୍ୟନ୍ତ ସଭାପତି ପଦ ପାଇଁ ଅନ୍ୟ କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ନିର୍ବାଚନରେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ କୋଣ୍ଡାବାବୁ ।

ଗୁରୁବାର ଦିନ ରାୟଗଡ଼ ଟ୍ରକ ୟୁନିଅନର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ଅପରାହ୍ନ 12 ଟାରୁ 3ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ସମୟ ରହିଥିଲା । ଏହି ସମୟରେ ସଭାପତି ପଦ ପାଇଁ ୟେଲ୍ଲା କୋଣ୍ଡାବାବୁ ନାମାଙ୍କନ ଦାଖଲ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପାଇଁ ରାମ ମୋହନ ରାଓ, ସାଧାରଣ ସମ୍ପାଦକ ପାଇଁ କେ ଜାନିକି ରାମୟା ଉପସଭାପତି ପାଇଁ କେ ସୂର୍ୟା ଓ ଧରମା ନାମାଙ୍କନ ଦାଖଲ କରିଥିଲେ । ସେହିପରି ଯୁଗ୍ମ ସମ୍ପାଦକ ପାଇଁ ଏମ ଭାନୁ ପ୍ରସାଦ ଓ ସୁଧା ମୁଦୁଲି, କୋଷାଧ୍ୟକ୍ଷ ପାଇଁ ଭି ପ୍ରସାଦ ଓ ପ୍ରଶାନ୍ତ ସାମଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ସଭାପତି ପଦରେ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ୟୁନିଅନର ସଭାପତି ଭାବେ ନିର୍ଦ୍ଵନ୍ଦରେ ୟେଲ୍ଲା କୋଣ୍ଡାବାବୁ ବିଜୟୀ ଲାଭ କରିଥିଲେ । ଏଥି ସହ ଅନ୍ୟ ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ବିଜୟ ଲାଭ କରିଥିବା ନିର୍ବାଚନ ଅଧିକାରୀ ତଥା ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ଘୋଷଣା କରିଥିଲେ ।

ଦୀର୍ଘ 40 ବର୍ଷ ଧରି ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଅକ୍ତିଆରେ ରହିଥିଲା ଟ୍ରକ ୟୁନିଅନ । ଯାହାର ଗତକାଲି ଅବସାନ ଘଟିଛି । ଟ୍ରକ ୟୁନିଅନକୁ ପଞ୍ଜିକରଣ ନକରି ଦୀର୍ଘ ବର୍ଷ ଧରି କୋଟି କୋଟି ଟଙ୍କା ଆଦାୟ କରି ଆତ୍ମସାତ କରାଯାଇଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ମାନେ । ୟୁନିଅନ ପଞ୍ଜିକରଣ ପରେ ଯେଉଁ ଟଙ୍କା ଆଦାୟ ହେଲା ତାହାର ଅଡିଟ ହୋଇନାହିଁ । ସେଥିପାଇଁ ୟୁନିଅନର ମାଲିକ ମାନେ ନିର୍ବାଚନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଆବେଦନ କରିଥିଲେ, ତଦନୁସାରେ ନିର୍ବାଚନ ହୋଇଥିଲା l

ଏପରିକି ନକ୍ସଲ ନାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କୋଟି କୋଟି ଟଙ୍କା ଆଦାୟ କରିଥିବା ନେଇ ମାମଲା ଥାନାରେ ପହଞ୍ଚିଛି । ତେବେ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ ମାନେ ବିଜୟ ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ଗତକାଲି ସକାଳୁ ମା ମଝିଘାରିଆଣୀ ମନ୍ଦିରରୁ ଏକ ରାଲି ବାହାରି ବାହାରିଥିଲା । ଏହାପରେ ନିର୍ବାଚିତ ପ୍ରତିନିଧି ମାନେ ଟ୍ରକ ୟୁନିଅନ କର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଥିଲେ । ପରେ ଟ୍ରକ ୟୁନିଅନର ସମସ୍ତ ପ୍ରତିନିଧି ଓ ମାଲିକ ମାନେ ସହର ପରିକ୍ରମା କରି ବିଜେଡି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l

ସହର ବିଭିନ୍ନ ଅନୁଷ୍ଠାନ, ପ୍ରତ୍ୟେକ ଟ୍ରେଡ଼ ୟୁନିଅନ ନେତା ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଆସି କୋଣ୍ଡାବାବୁ ଓ ତାଙ୍କ ଟିମ କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ସମସ୍ତ ମାଲିକ, କର୍ମଚାରୀଙ୍କୁ ନେଇ ୟୁନିଅନର କିପରି ଉନ୍ନତି ହେବ ସେଥିପାଇଁ କାମ କରିବୁ ବୋଲି ନିର୍ବାଚିତ କର୍ମକର୍ତ୍ତା ମାନେ କହିଥିଲେ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.