ETV Bharat / state

ଶ୍ରମିକଙ୍କ ଭୋଟ ବର୍ଜନ ନିଷ୍ପତ୍ତି, ଚିନ୍ତାରେ ନେତା - rayagada

ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଜେକେ କାଗଜ କଳ ଠିକା ଶ୍ରମିକ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି। ଯାହା ନେତାମାନଙ୍କର ନିଦ ହଜାଇ ଦେଇଛି।

ଡିଜାଇନ ଫଟୋ
author img

By

Published : Apr 4, 2019, 2:16 PM IST

ରାୟଗଡା: ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଜେକେ କାଗଜ କଳ ଠିକା ଶ୍ରମିକ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି। ଯାହା ନେତା ମାନଙ୍କର ନିଦ ହଜାଇ ଦେଇଛି। ୧୧ ମାସ ଧରି ଠିକା ଶ୍ରମିକ ମାନେ ଅନ୍ଦୋଳନ ଚଳାଇ ଆସୁଥିଲେ ସୁଦ୍ଧାକନସୁଲେସନ ମିଟିଙ୍ଗ ବାହାନାରେ ଦାବିପୂରଣ ପରିବର୍ତ୍ତେ ଦିନ ଗଡେଇ ଚାଲିଥିବା ପ୍ରତିବାଦରେ ଭୋଟବର୍ଜନ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା ଜିଲ୍ଳାର ଜେକେପୁର ସ୍ଥିତ ଜେକେ କାଗଜ କଳ କାରଖାନାରେ ପୁଣି ଥରେ ମୁଣ୍ଡ ଟେକୁଛି ଶ୍ରମିକ ଅଶାନ୍ତି। ଏଥର ପ୍ରତିବାଦ ନୁହେଁ ବରଂ ନିଜକୁ ଭୋଟ ଦାନ ଭଳି ସାମ୍ବିଧାନିକ ଅଧିକାରରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛି ଠିକା ଶ୍ରମିକ ସଙ୍ଘ । ଦାବି ପୂରଣ ନେଇ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଠିକାଶ୍ରମିକ ସଂଗଠନ ଓ କମ୍ପାନୀ କର୍ତ୍ତୁପକ୍ଷଙ୍କ ମଧ୍ୟରେ କସୁଲେସନ ବୈଠକ ହେବା ପାଇଁ ନିଷ୍ପତି ହୋଇଥିଲେ ସୁଧା ମାସପରେ ମାସ ବିତିବାକୁ ବସିଥିଲେ ମଧ୍ୟ ଏ ଦିଗରେ କେହି ଧ୍ୟାନ ଦେଉନଥିବା ଅଭିଯୋଗ କରିଛି ଶ୍ରମିକ ସଂଗଠନ ।

ଏପଟେ ଶ୍ରମିକଙ୍କ ଭୋଟବର୍ଜନ ନିଷ୍ପତ୍ତି ରାଜନୈତିକ ଦଳର ହୋସ ଉଡାଇ ଦେଇଛି । ଭୋଟ ବର୍ଜନ କଲେ ରାଜନୈତିକ ମହଲରେଏହାର ପ୍ରଭାବ ପଡିବ ବୋଲି ନେତା ମାନେ ଆଶଙ୍କା କରିଛନ୍ତି। ସେପଟେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.