ରାୟଗଡା: ଜିଲ୍ଲାର ଚନ୍ଦ୍ରପୁରରେ ମାତିଛନ୍ତି କାଠ ମାଫିଆ । ସଂରକ୍ଷିତ ଜଙ୍ଗଲ ଉପର କାଠମାଫିଆଙ୍କ ଲୋଲୁପ ଦୃଷ୍ଟି । ସଂରକ୍ଷିତ ଜଙ୍ଗଲରୁ ଗଛ କାଟିଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଚନ୍ଦ୍ରପୁର ବନ୍ୟାଞ୍ଚଳ ଅଧିକାରୀ ଆଜି ବିଜାପୁର ସଂରକ୍ଷିତ ଜଙ୍ଗଲ ପରିଦର୍ଶନ କରବାକୁ ଯାଇଥିଲେ । ଏହି ସମୟରେ ୨ କାଠ ମାଫିଆ ଜଙ୍ଗଲ ମଧ୍ୟରେ କାଠ କାଟୁ ଥିବାର ନଜରକୁ ଆସିଥିଲେ । ପରେ ବନ ବିଭାଗ ଉଭୟଙ୍କୁ ସେଠାରୁ ଗିରଫ କରିଥିଲା । ଅଭିଯୁକ୍ତ ଦୁଇଜଣ ହେଲେ ସମିର ତ୍ରାଟାକା ଓ ଲୁକା ଜାର୍ମୁଣ୍ଡାକା । ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଫରେଷ୍ଟ ଅଫିସର । ସେ କହିଛନ୍ତି ଯେ, ‘ସେ ଯେଉଁ ସମୟରେ ଜଙ୍ଗଲ ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ଏକାଧିକ ଗଛ କଟା ହୋଇ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଆଉ ସେଠାରେ ଉପସ୍ଥିତ ଥିବା ୨ ମାଫିଆଙ୍କୁ ଗିରଫ କରାଯାଇଥିଲା’ ।
ଇଟିଭି ଭାରତ,ରାୟଗଡା