ETV Bharat / state

ନଈ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - କଲ୍ୟାଣସିଂହପୁର

ନଈ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର । ରାୟଗଡ଼ାର ନାଗାବଳୀ ନଦୀର ନଈ ପଠାରୁ ପୋତା ହୋଇଥିବା ଅବସ୍ଥାରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।ଅଧିକ ଜାଣନ୍ତୁ...

women-dead-body-found-in-nagaboli-river-side-in-rayagada-suspect-murder
ନଈ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
author img

By

Published : Jun 19, 2020, 3:41 AM IST

ରାୟଗଡା: ନଈ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଗୁରୁବାର ସନ୍ଧ୍ୟାରେ ରାୟଗଡାର କଲ୍ୟାଣସିଂହପୁର ଅଞ୍ଚଳର ନାଗାବଳୀ ନଈ ପଠାରୁ ପୋତା ହୋଇଥିବା ଅବସ୍ଥାରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ନଈ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କୁମ୍ଭାରଗୁଡା ନିକଟ ନାଗାବଳୀ ନଈ ପଠାରୁ ପୋତା ହୋଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କୁମ୍ଭାରଗୁଡା ଗାଁର କିଛି ଲୋକ ସନ୍ଧ୍ୟାରେ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ନଈ ପଠାରେ ଗୋଟିଏ ପାଦ ବାହାରି ଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ କଲ୍ୟାଣସିଂହପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କଲ୍ୟାଣସିଂହପୁର ଥାନା ଅଧିକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ କିନ୍ତୁ ପାରିପାର୍ଶ୍ବିକ ଅବସ୍ଥାରୁ ତାଙ୍କୁ ହତ୍ୟା କରି ପୋତି ଦେଇଥିବା ଅନୁମାନ କରାଯାଇଛି । ଏନେଇ କଲ୍ୟାଣସିଂହପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପରେ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.