ETV Bharat / state

ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ - ରାୟଗଡା ପତ୍ନୀ ହତ୍ୟାକାରୀ ସ୍ଵାମୀ ଗିରଫ

ଟିକିଏ ବୁଝାମଣା ଅଭାବରୁ ଶେଷରେ ପତ୍ନୀହନ୍ତା ସାଜିଲା ସ୍ଵାମୀ । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଚିନାସାରି ଗ୍ରାମର ସୁରେନ୍ଦ୍ର ଶବର, ଗୁଣପୁରର ଗୌରୀ ବାଉରୀଙ୍କୁ 10 ବର୍ଷ ତଳେ ବିବାହ କରିଥିଲେ । ଅଧିକ ପଢନ୍ତୁ...

ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ
ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ
author img

By

Published : Apr 17, 2021, 10:42 PM IST

ରାୟଗଡା : ନିଜ ସ୍ଵାମୀ ସାଜିଲା ବଇରୀ । ସାତ ଜନ୍ମ ପାଇଁ ସାଥି ହେବାର ସଂକଳ୍ପ ନେଇ ବିବାହ ବେଦୀରେ ନେଇଥିଲେ ଶପଥ । ହେଲେ ନିଜ ନିଜ ଭିତରେ ଟିକିଏ ବୁଝାମଣା ଅଭାବରୁ ଶେଷରେ ପତ୍ନୀହନ୍ତା ସାଜିଲା ସ୍ଵାମୀ । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଚିନାସାରି ଗ୍ରାମର ସୁରେନ୍ଦ୍ର ଶବର, ଗୁଣପୁରର ଗୌରୀ ବାଉରୀଙ୍କୁ 10 ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ମଧ୍ୟରେ ଟିକିଏ ଟିକିଏ କଥାରେ ସବୁବେଳେ ମନୋମାଳିନ୍ୟ ଦେଖାଯାଉଥିବା ପରିବାର ଲୋକେ କହିଛନ୍ତି ।

ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ
ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ
ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ
ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ
ପତ୍ନୀକୁ ହତ୍ୟାକାରୀ ସ୍ଵାମୀ ଗିରଫ

ଗତ 5 ତାରିଖରେ ସୁରେନ୍ଦ୍ର ନିଜ ପତ୍ନୀ ଗୌରୀଙ୍କୁ ତଣ୍ଟି ଚିପି ହତ୍ୟା କରି ନିକଟସ୍ଥ କୁରୁଗୁଡା ଜଙ୍ଗଲ ନିକଟରେ ଥିବା ଅମରି ବୁଦାରେ ଫୋପାଡ଼ି ଦେଇଥିଲେ । ଝିଅ ଘର ପକ୍ଷରୁ ଝିଅ ନିଖୋଜ ଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ ଦାଖଲ ହେବା ପରେ ସନ୍ଦେହରେ ପୋଲିସ ସୁରେନ୍ଦ୍ରକୁ ଅଧିକ ପଚରାଉଚରା କରିଥିଲେ । ପତ୍ନୀ ଗୌରିକୁ ହତ୍ୟା କରିଥିବା ପୋଲିସ ନିକଟରେ ସୁରେନ୍ଦ୍ର ସ୍ୱୀକାର କରିଥିବାବେଳେ ଗତକାଲି ସନ୍ଧ୍ୟାରେ ଉକ୍ତ ସ୍ଥାନକୁ ଯାଇ ଗଳିତ ମୃତ ଦେହ ଉଦ୍ଧାର କରିଥିଲେ ଗୁଣପୁର ପୋଲିସ । ଆଜି ହତ୍ୟା ଅଭିଯୋଗରେ ସୁରେନ୍ଦ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.