ETV Bharat / state

ପାଣି ପାଇଁ ଡହଳ ବିକଳ ନାରଙ୍ଗବାଡ଼ି ବାସିନ୍ଦା - ସମସ୍ୟା

ଆଉ ଖରାଦିନ ହେଲେ ତାତି ବଢିବା ସହ ଅସହ୍ୟ ହୁଏ ଜଳକଷ୍ଟ। ଶେଷରେ ନିରୂପାୟ ହୋଇ ଗ୍ରାମବାସୀଙ୍କ ଭରସା ପାଲଟିଛି ନାଳ ଓ ଚୁଆ ପାଣି ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ରାୟଗଡା
author img

By

Published : Mar 25, 2019, 11:49 PM IST

ରାୟଗଡା: ମୁନ୍ଦାଏ ପାଣି ପାଇଁ ସଂର୍ଘଷ । ସକାଳ ହେଲେ ଏଠାରେ ଲୋକଙ୍କୁ ଘାରେ ପାଣି ଚିନ୍ତା । ଗାଁର ଝିଅ ବୋହୂମାନେ ହାତରେ ହାଣ୍ଡି, ବାଲଟି ଧରି ବାହାରି ପଡନ୍ତି ପାଣି ସନ୍ଧାନରେ। ଆଉ ଖରାଦିନ ହେଲେ ତାତି ବଢିବା ସହ ଅସହ୍ୟ ହୁଏ ଜଳକଷ୍ଟ। ଶେଷରେ ନିରୂପାୟ ହୋଇ ଗ୍ରାମବାସୀଙ୍କ ଭରସାପାଲଟିଛି ନାଳ ଓ ଚୁଆ ପାଣି । ଗାଁରେ 2ଟି ନଳକୂପ ଅଛି ସତ । ହେଲେ ସେଥିରୁ ଗୋଟିଏ ଅଚଳ ଥିବାବେଳେ ଆଉ ଗୋଟିଏ ନଳକୂପରୁ ବାହାରୁଛି ଲୌହ ଓ କାଦୁଅ ମିଶା ପାଣି । ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନାରଙ୍ଗବାଡି ଗାଁରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ରାୟଗଡା

କେବଳ ନାରଙ୍ଗବାଡ଼ି ନୁହେଁ ଏହି ବ୍ଲକର ୫ଟି ଗାଁରେ ଦେଖାଦେଇଛି ଏଭଳି ସମାନ ଅବସ୍ଥା । ୮ ବର୍ଷ ତଳେ ଗାଁର ପାଣି ସମସ୍ୟାକୁ ଦେଖି ପାହାଡ଼ ଉପର ଝରଣାକୁ ବାନ୍ଧି ଏକ ପ୍ରକଳ୍ପ କରାଯାଇଥିଲା । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଥିରେ ବି ପାଣି ଆସୁନି । ପ୍ରଶାସନିକ ଅଧିକାରୀମାନେ ଏସି ରୁମରେ ବସି ପାନୀୟ ସମସ୍ୟାର ସମୀକ୍ଷା କରୁଛନ୍ତି ସତ, କିନ୍ତୁ ତୃଣମୁଳ ସ୍ତରରେ ଲୋକଙ୍କୁ ଏହାର ସୁଫଳ ମିଳୁନି । ଖରାଦିନ ଆସିଲେ ପ୍ରତିବର୍ଷ ଦେଖାଯାଏ ଜଳ ସଙ୍କଟ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.