ETV Bharat / state

ସରକାରୀ ଯୋଜନାକୁ ବିରୋଧ କରି ଦେଶର ସମ୍ପତ୍ତି ନଷ୍ଟ ନ କରିବାରୁ ରେଲୱେ ଅଧିକାରୀଙ୍କ ନିବେଦନ - ଅଗ୍ନିପଥ ଯୋଜନା

ସରକାରୀ ଯୋଜନାକୁ ବିରୋଧ କରି ଦେଶର ସମ୍ପତ୍ତି ନଷ୍ଟ ନ କରିବାରୁ ରେଲୱେ ୱାଲଟେୟର୍ ଡିଭିଜନାଲ୍(Waltair Railway Division) ମ୍ୟାନେଜର ଅନୁପ ଶତପଥୀଙ୍କ ନିବେଦେନ । ଅଧିକ ପଢନ୍ତୁ

ସରକାରୀ ଯୋଜନାକୁ ବିରୋଧ କରି ଦେଶର ସମ୍ପତ୍ତି ନଷ୍ଟ ନ କରିବାରୁ ରେଲୱେ ଅଧିକାରୀଙ୍କ ନିବେଦନ

author img

By

Published : Jun 18, 2022, 8:55 PM IST

ରାୟଗଡା: ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିବୀର ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ ବସ୍, ଟ୍ରକ, ଟ୍ରେନ ପୋଡି ଦେଉଛନ୍ତି ଆନ୍ଦୋଳନକାରୀ । ଆନ୍ଦୋଳନ ପାଇଁ ଦେଶର ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ ବୋଲି ୱାଲଟେୟର୍ ଡିଭିଜନାଲ୍(Waltair Railway Division) ମ୍ୟାନେଜର ଅନୁପ ଶତପଥୀ ରାୟଗଡା ଗସ୍ତରେ ଆସି ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ରେଳରୋକ ଓ ଭଙ୍ଗାରୁଜା କରାଯାଉ ଥିବାବେଳେ ଏହି ଡିଭିଜନ ଅଧିନରେ ସେପରି କିଛି ବେଆଇନ କାର୍ଯ୍ୟ ନକରିବାକୁ ସେ ନିବେଦନ କରିଛନ୍ତି ।

ସରକାରୀ ଯୋଜନାକୁ ବିରୋଧ କରି ଦେଶର ସମ୍ପତ୍ତି ନଷ୍ଟ ନ କରିବାରୁ ରେଲୱେ ଅଧିକାରୀଙ୍କ ନିବେଦନସରକାରୀ ଯୋଜନାକୁ ବିରୋଧ କରି ଦେଶର ସମ୍ପତ୍ତି ନଷ୍ଟ ନ କରିବାରୁ ରେଲୱେ ଅଧିକାରୀଙ୍କ ନିବେଦନ

ଏନେଇ ଆଜି ଶତପଥୀ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କୁ ସାକ୍ଷାତ କରି ଆଇନଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ଅନ୍ୟପଟେ ଆଜି ଡିଆରଏମ୍ ଶତପଥୀ ରାୟଗଡା ଷ୍ଟେସନ୍ ପରିସରରକୁ ଆବର୍ଜନା ମୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ରେଳ ଦୁର୍ଘଟଣାରୁ ମୁକ୍ତି ପାଇବା ପାଇଁ ଯାତ୍ରୀମାନେ ସାବଧାନତାର ସହ ରେଳ ଯାତ୍ରା କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ରାୟଗଡାକୁ ରେଳ ଡିଭିଜନର ମାନ୍ୟତା ମିଳିବା ପରେ ଅନେକ କାର୍ଯ୍ୟ ହାତକୁ ନିଆଯାଇ ଥିବାବେଳେ ବଜେଟ୍ ଅନୁଯାୟୀ କୋଠା ନିର୍ମାଣ ଜାରି ରହିଥିବା ସେ ପ୍ରକାଶ କରିଥିଲେ ।

ତେବେ ଷ୍ଟେସନ ପରିସରରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଡିଆରଏମ୍ କାର୍ଯ୍ୟାଳୟର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ସେହିପରି ବହୁ ପ୍ରତିକ୍ଷିତ ବିଶାଖାପାଟଣାମ୍-ଟିଟଲାଗଡ ତୃତୀୟ ଲେନର ଅଗ୍ରଗତି ସଂକ୍ରାନ୍ତରେ ସେ ବିଭାଗୀୟ ଅଧିକାରୀଙ୍କ ମତାମତ ଲୋଡିବା ସହ ଆସନ୍ତା ୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.